ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାସ୍ତାରେ ଭାଲୁ, ଭୟରେ ସାଇକେଲ ଓ ବ୍ୟାଗ୍‌ ଫିଙ୍ଗି ଦୌଡ଼ିଲେ ଛାତ୍ରଛାତ୍ରୀ

ବେଲଗୁଣ୍ଠା/ଭଞ୍ଜନଗର: ଆଜି ବେଲଗୁଣ୍ଠା ବ୍ଳକ୍‌ କ୍ଷତ୍ରିୟବରପୁର ମୁଖ୍ୟ ରାସ୍ତାରେ  ଭାଲୁ ବୁଲୁଥିବା ଦେଖି ଲୋକେ ଛାନିଆ ହୋଇ ଦୌଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଆଜି ଏକ ଭାଲୁ କବିରାଜପୁର ପଟରୁ ବିଲ ଭିତରେ ପଶି କ୍ଷତ୍ରିୟବରପୁର ହାଇସ୍କୁଲ୍‌ ଛକକୁ ବାହାରିଥିଲା । ସେହି ସମୟରେ କିଛି ଲୋକ ପ୍ରାତଃଭ୍ରମଣ କରୁଥିବା ବେଳେ ବହୁ ଛାତ୍ରଛାତ୍ରୀ ଟ୍ୟୁସନ୍‌କୁ ଯାଉଥିଲେ । ଭାଲୁକୁ ଦେଖି ଛାତ୍ରଛାତ୍ରୀମାନେ ଜୀବନ ବିକଳରେ ସାଇକେଲ୍‌ ଏବଂ ବ୍ୟାଗ୍‌ ଫୋପାଡ଼ି ରାସ୍ତା ଉପରେ ଦୌଡ଼ିଥିଲେ । କିଛି ଲୋକ ଭାଲୁ ପଛରେ ପାଟିତୁଣ୍ଡ କରି ଗୋଡ଼ାଇଥିଲେ । ଭାଲୁଟି କ୍ଷତ୍ରିୟବରପୁର ବିଦ୍ୟୁତ୍‌ କାର୍ଯ୍ୟାଳୟ ଏବଂ ଶିଳ୍ପ ତାଲିମ୍‌ କେନ୍ଦ୍ର ଦେଇ ଉତ୍ତରାୟଣୀ ଦେବୀ ପୀଠ ଥିବା ପାହାଡ଼ ପଟେ ଦୌଡ଼ି ପଳାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏକ ମାସ ଭିତରେ ଭାଲୁଟି ଏହି ରାସ୍ତାରେ ଦୁଇ ତିନି ଥର ଦେଖାଗଲାଣି । କ୍ଷତ୍ରିୟବରପୁରରେ ଉଚ୍ଚ ବିଦ୍ୟାଳୟ, ଶିଳ୍ପ ତାଲିମ୍‌ କେନ୍ଦ୍ର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ସନ୍ଧାନ ପବ୍ଳିକ୍‌ ସ୍କୁଲ୍‌ ଭଳି ଏକାଧିକ ଶିକ୍ଷାନୁଷ୍ଠାନ ଥିବାରୁ ଶହ ଶହ ପିଲା ପାଠ ପଢିବା ପାଇଁ ଯାଆନ୍ତି । ଆଜି ରାସ୍ତାରେ ଭାଲୁକୁ ଦେଖି ଛାତ୍ରଛାତ୍ରୀମାନେ ପ୍ରବଳ ମାତ୍ରାରେ ଡରି ଯାଇଥିବା ବେଳେ ଅବିଭାବକମାନେ ମଧ୍ୟ ଆଗକୁ ଭାଲୁ ଦ୍ୱାରା କୌଣସି ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା କରିଛନ୍ତି । ଏଣୁ ବନ ବିଭାଗ ତରଫରୁ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରାଙ୍କ ପ୍ରତିକ୍ରିୟା ନେବାରେ ଭାଲୁଟି ନିକଟସ୍ଥ ଉତ୍ତରାୟଣୀ ପାହାଡରେ ରହୁଛି । ଭାଲୁଟି କାଲା ଥିବା ବନ ବିଭାଗ ପାଖରେ ସୂଚନା ଥିବା ସେ କହିଛନ୍ତି । ଏହା ସହ ବନ ବିଭାଗ ତରଫରୁ ଭାଲୁ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ବନପାଳ ଶ୍ରୀ ଦୋରା କହିଛନ୍ତି ।

Leave A Reply

Your email address will not be published.