ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲ ଫି’କୁ କେନ୍ଦ୍ରକରି କୁନି କୁନି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ସ୍କୁଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ସ୍କୁଲ ଫି’କୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ ରେ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗରେ କୁନି କୁନି ପିଲାଙ୍କୁ ଲାଇବ୍ରେରି ରୁମରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା । ଅଟକ ଛାତ୍ରଛାତ୍ରୀମାନେ ନିଜ ଅଭିଭାବଙ୍କୁ ଫି’ ଦେବାକୁ କହିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାର ପ୍ରତିବାଦ କରି ଅଭିଭାବକମାନେ ଧାରଣା ଦେଇଛନ୍ତି । ସ୍କୁଲ ଆଡମିନ୍ ହେଡଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରୁଥିବା ବେଳେ ସ୍କୁଲର ପ୍ରଶାସକକୁ ପୋଲିସ ଥାନାରେ ପଚରା ଉଚରା ପାଇଁ ଅଟକ ରଖିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.