ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁଜିସିର ବଡ଼ ଘୋଷଣା: ଏଣିକି ଗୋଟିଏ ଥରରେ ୨ଟି ପାଠ୍ୟକ୍ରମ ପଢ଼ିପାରିବେ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ବଡ଼ ଘୋଷଣା । ଏଣିକି ଗୋଟିଏ ଥରରେ ୨ଟି ପାଠ୍ୟକ୍ରମ ପଢ଼ିପାରିବେ ଶିକ୍ଷାର୍ଥୀ । ୨ଟି ପାଠ୍ୟକ୍ରମ ୨ଟି ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରେ କରି ହେବ । ଏନେଇ ଖୁବଶୀଘ୍ର ଗାଇଡଲାଇନ୍ ଜାରି କରିବ ୟୁଜିସି । ଏହାଦ୍ୱାରା ଗୋଟିଏ ସମୟରେ ଛାତ୍ରଛାତ୍ରୀ ୨ଟି ପାଠ୍ୟକ୍ରମ ପଢ଼ିବା ସହ ସମୟ ବଞ୍ଚାଇ ପାରିବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦୀଶ କୁମାର ଏ ସୂଚନା ଦେଇଛନ୍ତି ।

ୟୁଜିସି ଅନୁସାରେ, ତେବେ ବିଶ୍ୱବିଦ୍ୟାଳୟ ଏଭଳି ବ୍ୟବସ୍ଥାକୁ ଲାଗୁ କରିବେ କି ନାହିଁ ତାହା ସେମାନଙ୍କ ଇଚ୍ଛାଧୀନ ହେବ। ଯେଉଁ ବିଶ୍ୱବିଦ୍ୟାଳୟରଏ ଏଥିରେ ଯୋଡ଼ିହେବାକୁ ଚାହିଁବେ ତ ପାଠ୍ୟକ୍ରମ ଉପଲବ୍ଧ କରାଇବ । ଏହି ସ୍ୱତନ୍ତ୍ର କୋର୍ସ ଅନଲାଇନ୍ ଓ ଅଫଲାଇନରେ କରାଯାଇ ପାରିବ। ଏହାଛଡ଼ା ଗୋଟିଏ ପାଠ୍ୟକ୍ରମ ଅନଲାଇନରେ ପଢ଼ି ଅନ୍ୟଟି ଶ୍ରେଣୀଗୃହରେ ପଢ଼ି ପାରିବେ । ତେବେ ଏସବୁ ବ୍ୟବସ୍ଥା ଚୟନ କରାଯାଇଥିବା ବିଶ୍ୱବିଦ୍ୟାଳୟ ଓ ଉପଲବ୍ଧ ପାଠ୍ୟକ୍ରମ ଉପରେ ନିର୍ଭର କରେ ।

ଏହି ନୂତନ ନିୟମ ୟୁଜିସିର ସମସ୍ତ ପାଠ୍ୟକ୍ରମ ଉପରେ ଲାଗୁ ହେବ । ଅର୍ଥାତ୍ ଶିକ୍ଷାର୍ଥୀ ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ଏହାର ଲାଭ ଉଠାଇ ପାରିବେ । ଏହାକୁ ନେଇ ବିସ୍ତୃତ ଗାଇଡଲାଇନ୍ ୟୁଜିସି ଖୁବଶୀଘ୍ର ଜାରି କରିବ ।

Leave A Reply

Your email address will not be published.