ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବଶୀଘ୍ର ରାଜ୍ଯରେ କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ

ଭୁବନେଶ୍ବର: କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ । ୯ରୁ ୧୩ ବର୍ଷୀୟ ଝିଅଙ୍କୁ ଦିଆଯିବ ପ୍ରତିଷେଧକ ଟିକା । ରାଜ୍ୟରେ ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ ଏଚପିଭି ଟିକା ଦେବା ପାଇଁ ଯୋଜନା ହୋଇଛି ।

ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ଟିକାକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ଟିକା ଜରାୟୁ କ୍ୟାନସରରୁ ସୁରକ୍ଷା ଦେବ । ୩ଟି ବ୍ରାଣ୍ଡରେ ଉପଲବ୍ଧ ଏହି ଟିକାର ଡୋଜ ପିଛା ଖର୍ଚ୍ଚ ୬୦୦ରୁ ୧ ହଜାର ଟଙ୍କା ରହିବ । ଟିକାର ଦୁଇଟି ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ପ୍ରଥମ ଡୋଜ ନେବାର ୬ ମାସରୁ ୧୨ ମାସ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ । ଏନଏଚଏମ ଅନୁମୋଦନ ପାଇବା ପରେ ତୁରନ୍ତ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ଭିତରେ ୧୦ ଜିଲ୍ଲା ବଲାଙ୍ଗୀର, ଢେଙ୍କାନୀଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଟିକା ଦିଆଯିବ । ଏହି ଭ୍ୟାକସିନ କ୍ୟାନସରରୁ ୯୨ ରୁ ୯୫ ପ୍ରତିଶତ ପର୍ଯ୍ଯନ୍ତ ସୁରକ୍ଷା ଦେଇଥାଏ ବୋଲି ଡାକ୍ତରମାନେ କହିଛନ୍ତି ।

Leave A Reply

Your email address will not be published.