ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଚ୍‌ ରାସ୍ତାରୁ ଛାତ୍ରୀ ଅପହରଣ ଘଟଣା; ଉଦ୍ଧାର ହେଲେ ଛାତ୍ରୀ, ଅପହରଣ କି ପ୍ରେମ ସର୍ମ୍ପକ ତାହା ଅସ୍ପଷ୍ଟ

ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଗାଁ ଅପହରଣ ହୋଇଥିବା ଯୁବତୀ ଚାନ୍ଦବାଲି ପୋଲିସ ପକ୍ଷରୁ ଉଦ୍ଧାର। ଅପହରଣ କି ପ୍ରେମ ସର୍ମ୍ପକ ଯୋଗୁ ଯାଇଥିଲେ ଯୁବତୀ ପୋଲିସର ଚାଲିଛି ପଚରାଉଚରା। ଉକ୍ତ ଯୁବତୀ ଓ ଜଣେ ଯୁବକଙ୍କ ସହ ନୋଟାରୀରେ ବିବାହ ହୋଇଥିବା ସାଟିଫିକେଟ ପୋଲିସ ପାଖରେ ଦାଖଲ ହୋଇଥିବା ସୂଚନା ମିଳିଛି।

ସୂଚନା ଥାଉ କି, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜଣେ ଯୁବକ ଜବରଦସ୍ତ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଭାଇରାଲ ହୋଇଥିଲା । ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ମହୁଲିଆ ଛକ ନିକଟ ଏକ ସିମେଣ୍ଟ ଦୋକାନରୁ ସିସି ଟିଭି ଫୁଟେଜ ମିଳିବା ପରେ ଝିଅର ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ତଦନ୍ତ ଚଳାଇଥିଲା ।

Leave A Reply

Your email address will not be published.