ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରିଜ ଉପରୁ ବୈତରଣୀ ନଦୀକୁ ଡେଇଁ ଯୁବତୀ ନିଖୋଜ, କାରଣ ଅସ୍ପଷ୍ଟ

ଭଦ୍ରକ: ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ଗେମନ ବ୍ରିଜରୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି ଜଣେ କଲେଜ ଛାତ୍ରୀ । ନିଖୋଜ ଛାତ୍ରୀଙ୍କ ନାଁ ସିମରନ ଜେନା ବୋଲି ଜଣାପଡ଼ିଛି। ବ୍ରିଜ ଉପରୁ ନଦୀ ମଧ୍ୟକୁ ୧ଶହ ଫୁଟ ତଳକୁ ଡେଇଁଛନ୍ତି ଯୁବତୀ । ତେବେ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ସିମରନଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି ।

ସିମରନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିବା ସୂଚନା ମିଳିଛି । ଛାତ୍ରୀଙ୍କ ବ୍ୟାଗରେ ଥିବା ସାର୍ଟିଫିକେଟରୁ ତାଙ୍କ ପରିଚୟ ଜାଣି ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲେ ସ୍ଥାନୀୟ ଲୋକେ । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏ ଯାଏଁ ସୂଚନା ମିଳିପାରିନାହିଁ l

Leave A Reply

Your email address will not be published.