ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳନ୍ତା ଟ୍ରେନରୁ ଖସି ଛାତ୍ରୀ ଗୁରୁତର

ଖୋର୍ଦ୍ଧା : ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ। ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ। ଗୁରୁତର ଆଘାତ ସୁପ୍ରିୟା ବର୍ତ୍ତମାନ ରେଳବାଇ କର୍ମଚାରୀଙ୍କର ସହାୟତା ରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି।ସୁପ୍ରିୟା ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି।

ସୂଚନାଯୋଗ୍ୟ ଯେ ଷ୍ଟେସନ ପରିସର ରେ ଏକ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସାତ ଦିନ ହେବ ଏକ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।ଯାହା ଫଳରେ ଯାତ୍ରୀମାନେ ଷ୍ଟେସନ ବୋର୍ଡ଼ ଦେଖିପାରୁନାହାନ୍ତି। ଅପରପକ୍ଷରେ ଚାରି ନମ୍ବର ପ୍ଲାଟଫୋର୍ମ ଟି ଖାଲି ଥିଲେବି ସେଠାରେ ଗାଡିକୁ ନରଖି ଏକ ନମ୍ବର ପ୍ଲାଟଫୋର୍ମ ରେ ରଖିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବୟସ୍କ ଯାତ୍ରୀ ମାନେ ପ୍ଲାଟଫୋର୍ମ ଓଭରର୍ବ୍ରିଜ ଦେଇ ଯାତାୟାତ କରିବା କଷ୍ଟକର ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନେ ଗାଡି ଅଟକି ରହିବା ଯୋଗୁଁ ଷ୍ଟେସନ ଜାଣିପାରୁନାହାନ୍ତି। ତେବେ ତୁରନ୍ତ ରେଳବିଭାଗ ଏକ ନମ୍ବର ପ୍ଲାଟଫୋର୍ମରୁ ଗାଡି ହଟାଯାଉ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.