କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ଡ଼ଙ୍ଗା ଭସାଇବାକୁ ଯାଇ ଭାସିଗଲେ ଛାତ୍ର

ଢେଙ୍କାନାଳ: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ।  ଡ଼ଙ୍ଗା ଭସାଇବାକୁ ଯାଇ ଭାସିଗଲେ ଛାତ୍ର । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି । ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ଏହି ସମୟରେ ନଦୀକୁ ବୁଡ଼ ପକାଇବା ପାଇଁ ଯାଇଥିଲେ ଉକ୍ତ ଛାତ୍ର ଜଣଙ୍କ । କିନ୍ତୁ ଭିଡ଼ ଭିତରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ ।

ମିଳିଥିବା ସୂଚନା ମୁତାବକ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ଓ୍ଵାଡର ୧୪ ବର୍ଷୀୟ ରୋସନ ନାୟକ ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବା ପାଇଁ ଯାଇଥିଲେ । ଏହି ସମୟରେ ବୁଡ ପକାଇବା ବେଳେ ବେଳେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି । ନଦୀରେ ବୁଡି ଛାତ୍ର ନିଖୋଜ ଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ ଥିଲେ ରୋସନ ନାୟକ ।

Leave a comment