ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ହାତ କାଟିଲେ ଛାତ୍ରୀ

ପୁରୀ: ଚଳିତ ବର୍ଷ ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଆଜି ପୁରୀରେ ମଧ୍ୟ ମାଟ୍ରିକ ଫଳାଫଳକୁ ନେଇ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ପୁରୀ ମଧୁବନ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ, ଏଥି ମଧ୍ୟରେ ଜନୈକ ଛାତ୍ରୀ ପ୍ରଜ୍ବଳିତା ପ୍ରିୟଦର୍ଶିନୀ ନାମକ ଜଣେ ଛାତ୍ରୀ ନିଜ ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ନିଜ ବାମ ହାତ କୁ ଧାରୁଆ ଅସ୍ତ୍ରରେ କାଟିଦେଇଥିବା ଜଣାପଡିଛି । ତେବେ ଏ ଭଳି ଘଟଣା ସାଧାରଣ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଳଟିଥିବା ବେଳେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ବିଭାଗ ନ ଖେଳିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି । ସେପଟେ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି ।

Leave A Reply

Your email address will not be published.