ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ

ରାୟଗଡା: ପଦ୍ମପୁର ବ୍ଲକରେ ଅଘଟଣ। ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ବିଚିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଆହୁତି ଶବର ।

ସୂଚନା ଅନୁଯାୟୀ, ଆହୁତି ମଧ୍ୟାହ୍ନରେ ପାଚେରି ନିକଟରେ ଠିଆ ହୋଇଥିବାବେଳେ ହଠାତ ତାହା ଭୁଶୁଡ଼ି ପଡ଼ିଥିଲା । ପାଚେରୀ ତଳେ ଚାପି ହୋଇଯାଇଥିଲେ ଆହୁତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ଏଭଳି ଏକ ଘକର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

Leave A Reply

Your email address will not be published.