ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ବିନ୍ନି ଏନେଇ ସେ ନିଜେ ଘୋଷଣା କରିଛନ୍ତି । ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ ବିନ୍ନି ।

ସେ ଭାରତ ପାଇଁ ୬ଟି ଟେଷ୍ଟ , ୧୪ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ରହିଛି । ୨୦୧୪ରେ ବିନ୍ନି ବାଂଲାଦେଶ ବିପକ୍ଷରେ ୪ ରନ୍ ଦେଇ ୬ଟି ଓ୍ୱିକେଟ୍ ନେଇଥିଲେ । ତାଙ୍କ ରେକର୍ଡ କେହି ଭାଙ୍ଗିପାରି ନାହାଁନ୍ତି ।

ସେ ଟେଷ୍ଟ କ୍ରିକେଟରେ ୧୯୪ ରନ୍ କରିବା ସହ ୩ଟି ଓ୍ୱିକେଟ୍ ନେଇଛନ୍ତି । ଦିନିକିଆ କ୍ରିକେଟରେ ସେ ୨୩୦ ରନ୍ କରିବା ସହ ୨୦ଟି ଓ୍ୱିକେଟ୍ ଓ ଟି୨୦ରେ ୩୫ ରନ୍ ଓ ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ବିନ୍ନି ପ୍ରଥମ ଶ୍ରେଣୀ କ୍ରିକେଟରେ ୯୫ ମ୍ୟାଚ୍ ଖେଳି ୪୭୯୬ ରନ୍ କରିଛନ୍ତି । ଏହାସହ ୧୪୮ଟି ଓ୍ୱିକେଟ୍ ହାସଲ କରିଛନ୍ତି ।

Leave A Reply

Your email address will not be published.