bitcoin
Bitcoin (BTC) 2,239,709.31 0.28%
ethereum
Ethereum (ETH) 137,872.16 0.05%
tether
Tether (USDT) 77.63 0.07%
usd-coin
USD Coin (USDC) 77.71 0.08%
bnb
BNB (BNB) 23,481.62 0.27%
xrp
XRP (XRP) 29.87 1.54%
binance-usd
Binance USD (BUSD) 77.79 0.06%
cardano
Cardano (ADA) 35.59 1.46%
solana
Solana (SOL) 3,234.19 0.42%
dogecoin
Dogecoin (DOGE) 6.33 4.68%

ଆଇନକୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

ଭୁବନେଶ୍ୱର : ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍‍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । ଏଠି ଆଇନ୍‍ର ଶାସନ ଚାଲେ । ସେ ନେତା, ମନ୍ତ୍ରୀ, ବିଧାୟକ କିମ୍ବା ଅଫିସର ଯିଏ ହୁଅନ୍ତୁ ନା କାହିଁକି, ଆଇନ୍‍କୁ ହାତକୁ ନେଲେ ତାଙ୍କ ବିରୋଧରେ ଦୃଢ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ହୁଏ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର କିଛି ଗୁଣ୍ଡା ଶ୍ରେଣୀୟ ସମର୍ଥକ ସର୍ବସମ୍ମୁକ୍ଷରେ ବିଡିଓଙ୍କୁ ମାଡ ମାରିବାବେଳେ ସେଠାରେ ଜଣେ ମହିଳା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିଛି । ତେଣୁ ପୁଲିସ୍‍ ତାଙ୍କୁ ଗିରଫ କରିଛି । ଅନ୍ୟ ପକ୍ଷରେ ନିଜେ ଆଇନ୍‍କୁ ହାତକୁ ନେବା ପରେ ବିଧାୟକ ଗିରଫଦାରୀରୁ ବର୍ତ୍ତିବାପାଇଁ ଆଗତୁରା ଥାନାକୁ ଯାଇ ବିଡିଓଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା ସମସ୍ତେ ଜାଣନ୍ତି । ଏପରିକି ଘଟଣା ସମ୍ପର୍କରେ ସବୁ ଜାଣିଥିବା ତାଙ୍କରି ବିଜେପି ଦଳର ତିଳେଇବଣି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ମଧ୍ୟ ବିଧାୟକଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଏଥିସହିତ ପଢ଼ନ୍ତୁ

ଝରିଗାଁ ବିଧାୟକଙ୍କ ବିରୋଧରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ଅଭିଯୋଗ ଆଣିଛନ୍ତି, ବିଗତ ଦିନରେ ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଜଣେ ଯୁବତୀ ରାଜଧାନୀର ଏକ ଥାନାରେ ସମାନ ପ୍ରକାରର ଅଭିଯୋଗ ଆଣିଥିଲେ । ଏହାଛଡା ନିକଟରେ ବିଜେପିର ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସୁନ୍ଦରଗଡରେ ତାଙ୍କରି ଦଳର ଜଣେ ଯୁବନେତ୍ରୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଏ ଦୁଇ ନେତାଙ୍କ କ୍ଷେତ୍ରରେ ଯେଉଁ ଆଧାରରେ ତଦନ୍ତ ହୋଇଥିଲା, ଝରିଗାଁ ବିଧାୟକଙ୍କ କ୍ଷେତ୍ରରେ ମଧ୍ୟ ସେହି ଆଧାରରେ ତଦନ୍ତ ହେବ । ତେବେ ପ୍ରଶ୍ନ ଉଠୁଛି, ନିଜ ଦଳର ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଥିବାବେଳେ ଲେଖାଶ୍ରୀ ମ୍ୟାଡାମ କେଉଁଠି ଥିଲେ ଓ ପାଟି ନଫିଟାଇ ଚୁପ୍‍ କାହିଁକି ଥିଲେ ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ।
ପଞ୍ଚାୟତ ଓ ପୌର ନିର୍ବାଚନରେ ରାଜ୍ୟବାସୀଙ୍କ ଦ୍ୱାରା ଶୋଚନୀୟ ଭାବେ ପ୍ରତ୍ୟାଖାତ ହେବାପରେ ବିଜେପି ହତାଶ ହୋଇପଡିଛି । ତେଣୁ ବିଜେପି ନେତାମାନେ ଅଯଥାରେ କିଛି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ହଟଚମଟ ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ମାତ୍ର ବିଜେପିର ଏଭଳି ପୁରୁଣା ଚାଲ୍‍କୁ ରାଜ୍ୟବାସୀ ଭଲଭାବେ ବୁଝିଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Leave a comment