ଷ୍ଟୋଭ ଫାଟି ଯୁବକ ଗୁରୁତର

ବାରିପଦା : ଗ୍ୟାସ ଷ୍ଟୋଭ ଫାଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ଭଞ୍ଜପୁରର ଶ୍ରୀତମ ପାଣିଗ୍ରାହୀ। ଭଡ଼ା ଘରେ କେହି ନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ଚୁଲା ଲଗାଉଥିବା ବେଳେ ଅଘଟଣ ଘଟିଥିଲା । ଗ୍ୟାସ ଷ୍ଟୋଭ ଫାଟିବାର ଜାଣି ପଡୋଶୀ ମାନେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯୁବକଙ୍କ ଶରୀରର ଶତକଡ଼ା ୯୦ଭାଗ ଜଳି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ବାରିପଦା ଟାଉନ ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a comment