ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋରା ବାଇକ୍ ରାକେଟ ଠାବ: ୨୨ ବାଇକ୍ ଉଦ୍ଧାର, ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଖଡ଼ିଆଳ ଅଞ୍ଚଳରେ ଦିନକୁ ଦିନ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ଏନେଇ ଖଡ଼ିଆଳ ପୁଲିସ ଦୁଇ ଜଣ ବାଇକ୍ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଚୋରି ହୋଇ ଥିବା ୨୨ଟି ମୋଟର ସାଇକେଲ ଉଦ୍ଧାର କରିଛି। ଏନେଇ ଖଡ଼ିଆଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଅଞ୍ଚକର ଆଖ ପାଖ ଅଞ୍ଚଳରେ ସିରିଜ୍ ଭାବେ ଦିନ ଦିନ ବାଇକ୍ ଚୋରି ସାଂଖ୍ୟ ବଢ଼ିବାରେ ଲାଗିଥିଲା। ତେବେ ଗତ ନଭେମ୍ବର ମାସରେ ଖଡ଼ିଆଳ ଥାନା ଅନ୍ତର୍ଗତ ନରସିଂହ ପୂର ଗ୍ରାମର ଶ୍ରୀକାନ୍ତ ବିହାରୀ ନାମକ ଜଣେ ବ୍ୟକ୍ତିଙ୍କ ବାଇକ ଖଡ଼ିଆଳ ବ୍ଲକ ଛକ ଠାରେ ଚୋରି ହୋଇଥିଲା ।  ଏନେଇ ସେ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଖଡ଼ିଆଳ ଥାନା କେସ ନ ୪୫୫/୨୨ରେ ଏକ ମାମଲା ରୁଜୁ କରି ଖଡ଼ିଆଳ ଆଇଆଇସି ଅନିରୁଦ୍ଧ ମୁଦଳିଙ୍କ ନେତୃତ୍ୱରେ ଏସଆଇ ଦୁର୍ଗା ପ୍ରସାଦ ସାହୁ, ଏସଆଇ ତାରାକାନ୍ତ ବିଶ୍ଵାଳ, ଏ ସ ଆଇ ଧନେଶ୍ଵର ମାଝିଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଘଟଣାର ତଦନ୍ତକରି ବାଇକ୍ ଚୋରା ରେକେଟର ପରଦା ଫାର୍ସ କରିଛନ୍ତି। ଏଥି ସହ ଚୋରା ରେକେଟ କାରବାରର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା କୋମନା ଥାନା ଚାନ୍ଦୂପଲା ଗ୍ରାମର ତ୍ରିଲୋଚନ ଶବର (୩୦) ଓ ଅନ୍ୟ ଜଣେ ଅଭିଯୁକ୍ତ ବୋଦେନ୍ ଥାନା ତାଙ୍ଗରିପଦାର ଗୋବର୍ଦ୍ଧନ ନାଗଙ୍କ ସମେତ ଚୋରା ବାଇକ୍ ଗୁଡ଼ିକକୁ କିଣି ଥିବା ଅଭିଯୋଗରେ ଚାରି ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛ। ସେମାନେ ହେଲେ କୋମନା ଥାନା କୁମୁଟି ମୁଣ୍ଡା ଗ୍ରାମର ନୀଳାମ୍ବର ମାଝୀ, ଚାନ୍ଦୂପଲା ଗ୍ରାମର ରୁଦ୍ର ଭୋଇ, ବୋଡ଼େନ ଥାନା କୋଟାମାଲ ଗାଆଁ ର ବିରଞ୍ଚି ହଂସ, ଖଡ଼ିଆଳ ଥାନା ଚିନ୍ଦାଗୁଡ଼ା ଗାଆଁ ର ତେଲର ରଣା ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ଏଥି ସହ ଛନ୍ଦୋପଲ ଗାଁର ମୁଖ୍ୟ ଅଭିଯୁକ୍ତ ତ୍ରିଲୋଚନଙ୍କ ଘରୁ ସାତ ଗୋଟି ଚୋରା ବାଇକ୍ ଏବଂ ରୁଦ୍ରଙ୍କ ଘରୁ ତିନି ଗୋଟି ଚୋରା ବାଇକ୍ ଏବଂ କୁମୂତୀମୁଣ୍ଡା ଗାଆଁର ନୀଳାମ୍ବରଙ୍କ ଘରୁ ଦୁଇ ଗୋଟି ଚୋରା ବାଇକ୍ ଉଦ୍ଧାର ହୋଇଥିଛି। ସେହିପରି ଅନ୍ୟ ଅଭିଯୁକ୍ତ ଗୋବର୍ଦ୍ଧନ ନାଗ ଟାଂଗ ରି ପଡ଼ାରୁ ପାଞ୍ଚ ଗୋଟି ଚୋରା ବାଇକ୍ , ଏବଂ କୋଟାମାଲ ଗାଁ ବିରଞ୍ଚିଙ୍କ ଘରୁ ତିନିଗୋଟି ଚୋରା ବାଇକ୍ ଏବଂ ଖଡ଼ିଆଳ ଥାନା ତେଲର ରଣାଙ୍କ ଘରୁ ଦୁଇ ଗୋଟି ବାଇକ୍ ଏହିପରି ୨୨ଗୋଟି ଚୋରା ବାଇକ୍ ଉଦ୍ଧାର ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହ ଚୋରମାନେ ବାଇକକୁ ଚୋରି କରି କେତେବେଳେ ରଙ୍ଗ, ସରଞ୍ଜାମ ଓ ନମ୍ବର ପ୍ଲେଟକୁ ବଦଳାଇ ଅନ୍ୟକୁ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି। ତେବେ ବର୍ତ୍ତମାନ ମଧ୍ୟ ଘଟଣାରେ ତଦନ୍ତ ଜାରିରହୁଥିବା ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଖଡ଼ିଆଳ ଆଇଆଇ  ଅନିରୁଦ୍ଧ ମୁଦଳି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.