ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ୍, ଜଣେ ଜଙ୍ଗଲୀ ତସ୍କର ଗିରଫ

କଳାହାଣ୍ଡି: ଚାଲିଥିଲା ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ । ହଠାତ ମାଡିବସିଲା ଏସଟିଏଫ୍ । କଳାହାଣ୍ଡି ନର୍ଲା କର୍ଣ୍ଣିଖୁଣ୍ଟିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଧରିଲା ଏସଟିଏଫ୍ । କଳାହାଣ୍ଡି ବନ ବିଭାଗ ଓ ଏସଟିଏଫର ମିଳିତ ଚଢ଼ାଉରେ ୧୩ କେଜି ୩୩୦ ଗ୍ରାମର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଏହା ସହ ଜଣେ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାକୁ କଳାହାଣ୍ଡି ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଅଟକ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରକୁ ଏମ.ରାମପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

୨୦୨୦ରୁ ଏବେ ସୁଦ୍ଧା ୨୮ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା, ୨୪ ହାତୀ ଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ ଶହ ଗ୍ରାମ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ଜଙ୍ଗଲୀ ଶୁଆ ଜବତ ହୋଇଛି । ଏହାସହ ୬୯ଜଣ ଜଙ୍ଗଲୀ ତସ୍କର ଗିରଫ ହୋଇଛନ୍ତି ।

Leave A Reply

Your email address will not be published.