ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

ଭୁବନେଶ୍ୱର: ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ହାତୀ ଦାନ୍ତ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଗୋଟିଏ ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ଜବତ କରିଛି ଟିମ୍ । ଅନୁଗୁଳ ଅନ୍ତୁଲିଆରେ ଲକ୍ଷାଧିକ ଟଙ୍କାରେ ହାତୀଦନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ଖବର ପାଇଥିଲା ଏସଟିଏଫ୍ । ଅନୁଗୁଳ ବନ ବିଭାଗ ସହାୟତାରେ ଏସଟିଫ୍ ରେଡ୍ କରିଥିଲା । ରେଡ୍ ବେଳେ ଠାକୁରଘର ଥାନା ହାଟସିଉନାଳି ଗାଁର ସୁନ୍ଦର ନାୟକକୁ ହାତୀ ଦାନ୍ତ ସହ ଗିରଫ କରାଯାଇଛି ।

ଗତ ଏକ ବର୍ଷ ଧରି ଏସଟିଏଫର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଏଥିରେ ୧୮ଟି କଲାରାପତରିଆ ବାଘ ନଖ, ୧୦ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି କାତି ଜବତ କରିଛି ଏସଟିଏଫ୍ ।

 

Leave A Reply

Your email address will not be published.