ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୮ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ମାଡିବସିଲା ଏସଟିଏଫ୍

ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ରେଞ୍ଜ ଜାମପାଲିରୁ ଏକ ଜୀଅନ୍ତା ବଜ୍ରକାପ୍ତା ଉଦ୍ଧାରହୋଇଛି । ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ମାଡିବସିଛି ଏସଟିଏଫ୍ । କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବନ ବିଭାଗ ମିଳିତ ଚଢାଉ କରି ଏହି ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜମାପାଲିର ମାକୁନ ଓରଫ ବାଦଲ ବରିଆ । । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୮ କେଜି ୨ଶହ ଗ୍ରାମ ।

ତେବେ ଗତ ବର୍ଷ ମଧ୍ୟରେ ୧୯ଟି କଲରାପତରିଆ ଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଲ ଛାଲ, ୬ଟି ଜୀବନ୍ତ ବଜ୍ରକାପ୍ତା, ୧୫ ବଜ୍ରକାପ୍ତା କାତି ଜବତ ହୋଇଥିବା ବେଳେ, ୪୦ ଜଣଙ୍କୁ ଗିରଫ କରାଗଲାଣି ।

 

 

Leave A Reply

Your email address will not be published.