ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଏସଟିଏଫର ଚଢ଼ାଉ , ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କନ୍ଧମାଳ: ବାଲିଗୁଡା ବନଖଣ୍ଡ ଜାକିକିଆରେ ବଜ୍ରକାପ୍ତା ଚୋରା ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ବେପାରୀ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡା ସୋନୁବାଡିର ଶିବାନନ୍ଦ ମଲ୍ଲିକ ଏବଂ ରାଷ୍ଟ୍ର ଭୋଇ । ବାଲିଗୁଡା ଡିଏଫଓଙ୍କୁ ବଜ୍ରକାପ୍ତା ହସ୍ତାନ୍ତର କରାଯାଇଛି । ବର୍ଷକ ମଧ୍ୟରେ ୨୦ ବାଘ ଛାଲ, ୧୧ ହାତୀ ଦାନ୍ତ, ୨ଟି ହରୀଣ ଛାଲ, ୭ଟି ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ୍ । ୪୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.