ସମ୍ପତ୍ତି ଲୋଭରେ ପୁଅକୁ ପିଟିପିଟି ମାରିଲେ ସାବତ ମାଆ ଓ ଭାଇ

ନୟାଗଡ଼ : ଦଶପଲ୍ଲା ଶିମିଳି ସାହିରେ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭ ଏବଂ ବିବାହ ପ୍ରସ୍ତାବ ଘଟଣାକୁ କେନ୍ଦ୍ର କରି ସାବତ ମାଆ ଓ ପୁଅ ମିଶି ବଡ଼ ଭାଇ ବିଜୟ କୁମାର ପ୍ରଧାନଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ। ଶବ ଜବତ କରି ଦଶପଲ୍ଲା ଥାନା ପୋଲିସର ତଦନ୍ତ ଜାରୀ ରଖିଛି ।ଅଭିଯୋଗ ଅନୁଯାୟୀ ବିଜୟ କୁମାର ପ୍ରଧାନ ଭଲ ପାଇଥିବା ଝିଅକୁ ବିବାହ ପାଇଁ ଯଦି ଧରିବାରୁ ସାବତ ମାଆ ଏବଂ ସାନ ଭାଇ ସେହି ପ୍ରସ୍ଥାବକୁ ବିରୋଧ କରିଥିଲେ। ଏହି କାରଣରୁ ବିଜୟଙ୍କ ସାନ ଭାଇ ଏବଂ ସାବତ ମାଆ ମିଶି ମାଡ଼ମାରି ଥିବା ଅଭିଯୋଗ ହୋଇଛି। ବିଜୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Leave a comment