ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଷାକ୍ତ ସୀସା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଶରୀରରେ ଦେଖାଦେଇପାରେ ଅନେକ ସମସ୍ୟା

ବାୟୁମଣ୍ଡଳକୁ ବିଷାକ୍ତ କରୁଛି ରାସାୟନିକ ପଦାର୍ଥ ସୀସା

ଦୈନନ୍ଦିନ ଜୀବନରେ ବ୍ୟବହୃତ ଅନେକ ଜିନିଷରେ ବହୁଳମାତ୍ରାରେ ଅନେକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଛି । ଯାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ସୀସା ମଧ୍ୟ ଏହିପରି ଏକ ରାସାୟନିକ ପଦାର୍ଥ ଯାହା ସ୍ୱାସ୍ଥ୍ୟପ୍ରତି ବିଶେଷ କ୍ଷତି କାରକ ବୋଲି ମତ ପୋଷଣ କରିଛନ୍ତି କେତେକ ବୈଜ୍ଞାନିକ । ସୀସା ମୁଖ୍ୟତଃ ଇନ୍ଧନ ପାଇଁ ବ୍ୟବହୃତ ହୋଇଥାଏ । ଏହା କ୍ଷତିକାରକ ହୋଇଥିବାରୁ ୧୯୯୯ ମସିହାରୁ ନିଷେଧ କରାଯାଇଛି ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହା ବିପଦଜନକ ହୋଇଥିବାରୁ ବିଶ୍ୱର ଅଧିକଂଶ ଦେଶ ଏହି ପଦାର୍ଥକୁ ନିଷିଦ୍ଧ କରିଛି । ହେଲେ ପୂର୍ବରୁ ଏହାର ବହୁଳ ବ୍ୟବହାର ହେତୁ ବାୟୁମଣ୍ଡଳରୁ ଏହାର ଅଂଶ ଦୂର ହେବା ପାଇଁ ଅନେକ ଦଶନ୍ଧି ଲାଗିପାରେ ।

୧୯୨୦ ଦଶକରେ ଇନ୍ଧନରେ ସୀସା ବହୁଳ ଭାବରେ ବ୍ୟବହୃତ ହେଉଥିଲା । ସେହି ସମୟରେ ଇଞ୍ଜିନ୍ ନକ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପେଟ୍ରୋଲରେ ଟେଟ୍ରାଥାଇଲ୍ ସୀସା ବ୍ୟବହାର କରାଯାଇଥିଲା । ୧୯୭୦ ଦଶକର ଶେଷ ପର୍ଯ୍ୟନ୍ତ ଏହା ବହୁଳ ଭାବରେ ବ୍ୟବହୃତ ହେଉଥିଲା । ଅନୁମାନ କରାଯାଉଛି ଯେ, ଏହି ୫୦ ବର୍ଷ ମଧ୍ୟରେ କେବଳ ବ୍ରିଟେନର ବାୟୁମଣ୍ଡଳକୁ ୧୪୦,୦୦୦ ଟନ୍ ସୀସା ମୁକ୍ତ କରାଯାଇଥିଲା ।

ସୀସା ବ୍ୟବହାର ନିଷେଧର ଦୁଇ ଦଶନ୍ଧି ପରେ ବୈଜ୍ଞାନିକମାନେ ୨୦୧୪ ରୁ ୨୦୧୮ ମଧ୍ୟରେ ଲଣ୍ଡନରେ ସଂଗୃହିତ ବାୟୁ ପରୀକ୍ଷଣ କରିଥିଲେ । ସେମାନେ ଏହି ପରିକ୍ଷଣରୁ ଜାଣିବାକୁ ପାଇଲେ ସୀସା କଣିକା ଏଥିରେ ବହୁଳ ମାତ୍ରାରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଏହି ସୀସା ବିଷାକ୍ତ ହୋଇପାରେ, ଯାହା ପ୍ରଭାବରେ ସ୍ୱାସ୍ଥ୍ୟ ଉପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ସୀସା ଶରୀରରେ ବର୍ଷବର୍ଷ ଧରି ଜମାଟ ହୋଇ ସମ୍ପୂର୍ଣ୍ଣ ଶରୀରକୁ ବିଷାକ୍ତ କରିଦେଇପାରେ । ଶରୀରରେ ଜମା ହୋଇଥିବା ଅଳ୍ପ ପରିମାଣର ସୀସା ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ବିଶେଷକରି ଏହା ୬ ବର୍ଷରୁ କମ୍ ପିଲାଙ୍କଠାରେ ଦେଖାଦେଇଥାଏ । ଯାହା ପିଲାମାନଙ୍କର ମାନସିକ ଓ ଶାରୀରିକ ବିକାଶକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ ।

ସୀସା ସାଧାରଣତଃ ରଙ୍ଗ, ଧୂଳି, ବାୟୁ, ଜଳ କିମ୍ବା ପୁରାତନ ଅଟାଳିକାରେ ବହୁଳ ମାତ୍ରାରେ ରହିଥାଏ । ଯେଉଁମାନେ ବ୍ୟାଟେରୀ ଏବଂ ଗ୍ୟାରେଜରେ ମରାମତି କରିଥାନ୍ତି ସେମାନେ ଏହି ସୀସା ଦ୍ୱାରା ବିଶେଷ ପ୍ରଭାବିତ ହୋଇଥାନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବିଷାକ୍ତ ସୀସା ଯୋଗୁଁ ବ୍ୟକ୍ତିଙ୍କଠାରେ ଭିନ୍ନଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇପାରେ । ଏହାଦ୍ୱାରା ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇପାରେ । ଯେଉଁମାନେ ସୀସା ସଂସ୍ପର୍ଶରେ ଅତ୍ୟଧିକ ଆସନ୍ତି ସେମାନେ ଅନେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

ଯଥା:-
1- ପେଟ ଯନ୍ତ୍ରଣା ବା କୋଷ୍ଠକାଠିନ୍ୟ
2- ଚିଡଚିଡା ପଣ
3- ନିଦ ନହେବା
4- ପ୍ରବଳ ମୁଣ୍ଡବିନ୍ଧା
5- ପିଲାମାନଙ୍କର ମାନସିକ ଓ ଶାରିରୀକ ବିକାଶରେ ସମସ୍ୟା
6- ଉଚ୍ଚ ରକ୍ତଚାପ

ବିଷାକ୍ତ ସୀସା ଦ୍ୱାରା ଏଭଳି ଅନେକ ଭୟଙ୍କର ଲକ୍ଷଣ ଦେଖାଦେଇଥାଏ । ଶରୀରରେ ଏଭଳି ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଚିକିତ୍ସା କରିବାରର ଆବଶ୍ୟକତା ରହିଛି ।

ବିଷାକ୍ତ ସୀସାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ । ସୀସା ବ୍ୟବହାର ହେଉଥିବା ସ୍ଥାନରେ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅଧିକ ଗୁରୁତର ଥିବା ରୋଗୀ କ୍ଷେତ୍ରରେ ଚେଲସନ ଥେରାପିର ନିହାତି ଆବଶ୍ୟକତା ରହିଛି । ଏହା ସହିତ ଅନ୍ୟାନ୍ୟ ଚିକିତ୍ସା ମଧ୍ୟ କରାଯାଇ ପାରିବ ।

କେମିତି ସୀସା ସଂସ୍ପର୍ଶରେ ନଆସିବେ?

1- ନିଜ ଘରକୁ ଧୂଳିରୁ ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
2- ଖାଇବା ପୂର୍ବରୁ ଭଲ ଭାବରେ ହାତକୁ ଧୁଅନ୍ତୁ ।
3- ପାଣିକୁ ପିଇବା ପୂର୍ବରୁ ଭଲ ଭାବରେ ଫୁଟାଇ, ଛାଣି ବା ଫିଲ୍ଟର କରିବା ନିହାତି ଆବଶ୍ୟକ ।
4- ଟ୍ୟାପକୁ ନିୟମିତ ଭଲ ଭାବରେ ସଫା ରଖନ୍ତୁ ।
5- ପିଲାଙ୍କ ଖେଳନା ଏବଂ ବ୍ୟବହାର କରୁଥିବା ବୋତଲକୁ ବାରମ୍ବାର ଧୁଅନ୍ତୁ ।

ଏହି ସୂଚନାଟି ଲିସେଷ୍ଟର ବିଶ୍ୱବିଦ୍ୟାଳୟ ବାୟୁମଣ୍ଡଳ ରସାୟନ ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ବିଜ୍ଞାନର ପ୍ରଫେସର ପଲ୍ ମାଂକ୍ସ ରିସର୍ଚରୁ ସଂଗୃହୀତ । ଅଧିକ ସୂଚନା ପାଇଁ ଆପଣ ନିକଟସ୍ଥ ଡାକ୍ତର ସହିତ ପରାମର୍ଶ କରି ପାରିବେ ।

Leave A Reply

Your email address will not be published.