ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇସିକ୍ୱିରିଟି ନମ୍ବର ପ୍ଲେଟ୍‍ ଲଗାଇବାରେ ରାଜ୍ୟ ଆଗୁଆ

‘ଓଡ଼ିଶା ମଡେଲରୁ ଅନ୍ୟ ରାଜ୍ୟ ଶିଖିବା ଦରକାର’

ଭୁବନେଶ୍ୱର : ସିକ୍ୱିରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ (ଏଚ୍‍ଏସ୍‍ଆରପି) ଲଗାଇବା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି। ମାତ୍ର ୬ ମାସ ଭିତରେ ୩୩ ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାଇବା ପାଇଁ ଆବେଦନ ହୋଇଛି। ସେଥିମଧ୍ୟରୁ ୨୦ ଲକ୍ଷ ଗାଡ଼ିରେ ଏହି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାସରିଛି। ଓଡ଼ିଶାରେ ୫ ହଜାରରୁ ଊର୍ଦ୍ଧ୍ବ ସେଣ୍ଟର୍‍ରେ ବର୍ତ୍ତମାନ ଫିଟ୍‍ମେଣ୍ଟ୍‍ (ପ୍ଲେଟ୍‍ ଲଗାଇବା) କାମ ଜାରି ରହିଛି। ରବିବାରକୁ ବାଦ୍‍ ଦେଲେ ଅନ୍ୟ ସବୁଦିନ ନମ୍ବର ପ୍ଲେଟ୍‍ ଲଗାଯାଉଛି। ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦେଖା ଦେଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ପରିବହନ ବିଭାଗ ବିସ୍ତୃତ ଯୋଜନା କରି ତାକୁ ସୂଚାରୁ ରୂପେ ପରିଚାଳନା କରୁଛି।

ସୋସାଇଟି ଅଫ୍‍ ଇଣ୍ଡିଆନ୍‍ ଅଟୋମୋବାଇଲ୍‍ ମାନୁଫାକଚରର୍ସ୍‍ର (ଏସ୍‍ଆଇଏଏମ୍‍) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ ବାନାର୍ଜୀ ଓଡ଼ିଶା ସରକାରଙ୍କର ଏହି ଉପଲବ୍ଧିକୁ ପ୍ରଶଂସା କରି କହିଛନ୍ତି ଯେ, ୬ ମାସରେ ଯାହା ଓଡ଼ିଶା କରିପାରିଛି, ତାହା ଅନ୍ୟ ରାଜ୍ୟମାନେ ବର୍ଷ ବର୍ଷ ଧରି କରିପାରିନାହାନ୍ତି। ଓଡ଼ିଶାର ତ୍ୱରିତ ଏବଂ ସଠିକ୍‍ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଓଡ଼ିଶାର ରାଜନୀତିକ ନେତୃତ୍ୱର କ୍ରିୟାଶୀଳତା ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ମୁଁ ଏଥିପାଇଁ ସାଧୁବାଦ ଜଣାଉଛି। ଏ ଦିଗରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଜି ଅନୁକରଣୀୟ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି।

ରାଜ୍ୟ ଯୁଗ୍ମ ପରିବହନ କମିଶନର୍‍ ଶ୍ରୀ ଦିପ୍ତୀରଞ୍ଜନ ପାତ୍ର କହିଛନ୍ତି ଯେ ନଭେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ଥିବା ପ୍ରାୟ ୫୦ ଲକ୍ଷ ଯାନବାହନ ମଧ୍ୟରୁ ୩୨.୬୫ ଲକ୍ଷ ଗାଡ଼ିରେ ଏଚ୍‍ଏସ୍‍ଆରପି ଲଗାଇବା ପାଇଁଁ ଆବେଦନ ହୋଇଛି। ସବୁ ଗାଡ଼ିରେ ଲଗାଇବା ଲାଗି ଓଡ଼ିଶା ସରକାର ଫେବୃୟାରୀ ୨୮, ୨୦୨୩କୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏତେ ତ୍ୱରିତ ଗତିରେ ଭାରତର ଅନ୍ୟ କୌଣସି ରାଜ୍ୟରେ ଏହି ନମ୍ବର ପ୍ଲେଟ୍‍ ଲଗାଯାଇନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏଚ୍‍ଏସ୍‍ଆରପି ଲଗାଇବା କାର୍ଯ୍ୟକ୍ରମ ହାତକୁ ନେବାରେ ଓଡ଼ିଶା ହେଉଛି ଭାରତର ୨୬ତମ ରାଜ୍ୟ। ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣର ଅଭିନବ ପ୍ରୟାସ ଦ୍ୱାରା ଏଥିରେ ସଫଳତା ମିଳିଛି।

ଏବେ ଦୈନିକ ହାରାହାରି ୨୨ ହଜାରରୁ ୨୪ ହଜାର ଗାଡ଼ିରେ ଏହି ନମ୍ବର ପ୍ଲେଟ୍‍ ଲଗାଯାଇପାରୁଛି। ଜଣେ ଆବେଦନ କରିବାର ହାରାହାରି ୮ ଦିନ ଭିତରେ ନୂଆ ନମ୍ବର ପ୍ଲେଟ୍‍ ପାଇପାରୁଛନ୍ତି। ଗାଡ଼ି ମାଲିକମାନେ ନିଜ ଘରେ ବସି ଅନ୍‍ଲାଇନ୍‍ରେ ହାଇ ସିକ୍ୱିରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାଇବା ପାଇଁ ଆବେଦନ କରିପାରୁଛନ୍ତି କିମ୍ବା ନିକଟତମ ଯାନବାହାନ ଡିଲରସିପ୍‍ କେନ୍ଦ୍ରଗୁଡ଼ିକରେ ଏହା ହୋଇପାରୁଛି। ରାଜ୍ୟର ସମସ୍ତ ‘ମୋ ସେବା’ କେନ୍ଦ୍ର ଏବଂ ୩୮ ଆର୍‍ଟିଓ ଅଫିସ୍‍ରେ ମଧ୍ୟ ଲୋକଙ୍କ ସୁବିଧା ପାଇଁ ନମ୍ବର୍‍ ପ୍ଲେଟ୍‍ ଆବେଦନ ଓ ଫିଟ୍‍ମେଣ୍ଟ୍‍ର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.