ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ଥାୟୀ ନିଯୁକ୍ତି ସହ ମିଳିବ ଅଧିକ ୫୦% ଦରମା

ଭୁବନେଶ୍ବର : ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର। ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ। ଏଣିକି ଠିକା କର୍ମଚାରୀଙ୍କୁ ଆଉ କୁହାଯିବନି ଠିକା କର୍ମଚାରୀ । ସେମନାଙ୍କୁ ‘ଇନିସିଆଲ ଆପଏଣ୍ଟିଜ୍’ ଅର୍ଥାତ ପ୍ରାରମ୍ଭିକ ଭାବେ ନିଯୁକ୍ତ କର୍ମଚାରୀ ବୋଲି କୁହାଯିବ । ଠିକା ଭିତ୍ତିରେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା । ବର୍ତ୍ତମାନ ମଧ୍ୟ ପୂର୍ବ ନିୟମ ଅନୁସାରେ ୬ ବର୍ଷ ପରେ ନିୟମିତ ହେବେ ଇନିସିଆଲ ଆପଏଣ୍ଟିଜ୍’ ଅର୍ଥାତ ପ୍ରାରମ୍ଭିକ ଭାବେ ନିଯୁକ୍ତ କର୍ମଚାରୀ । କିନ୍ତୁ ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ । ଏଥି ସହିତ ନିୟମିତ କର୍ମଚାରୀଙ୍କ ଭଳି ଠିକା କର୍ମଚାରୀ ମଧ୍ୟ ମେଡିକାଲ ଖର୍ଚ୍ଚ ପାଇବେ। ତେବେ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ୫୦ ପ୍ରତିଶତ ଅଧିକ ଦରମା ବାବଦକୁ ବାର୍ଷିକ ୨୫୦ କୋଟି ଖର୍ଚ୍ଚ ହେବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଇନିସିଆଲ ଆପଏଣ୍ଟିଜ୍’ ଅର୍ଥାତ ପ୍ରାରମ୍ଭିକ ଭାବେ ନିଯୁକ୍ତ କର୍ମଚାରୀ ଏଣିକି ଚାକିରୀ କରିବାର ପ୍ରଥମରୁ ପୂର୍ବ ଦରମାର ଅଧିକ ୫୦ ପ୍ରତିଶତ ପାଇବେ। ଅର୍ଥାତ ଯିଏ ଚାକିରି ଆରମ୍ଭରେ ୮ହଜାର ପାଉଛି ଏଣିକି ନୂତନ ନିଯୁକ୍ତି ପାଉଥିବା ଏ,ଭଳି କର୍ମଚାରୀ ୧୨ହଜାର ଟଙ୍କା ଦରମା ପାଇବେ । ଏହାସହ ଏମାନଙ୍କୁ ମେଡିକାଲ ଭଳି ବିଭିନ୍ନ ସୁବିଧା ମିଳିବ । ଏନେଇ କେବଳ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀଙ୍କ ପାଇଁ ଥିବା ୨୦୧୩ ଆଇନରେ ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏଥିସହ ପୂର୍ବ ନିୟମ ଅନୁସାରେ ୬ବର୍ଷ ପରେ ନିୟମିତ ହେବେ ଏହି ପ୍ରାରମ୍ଭିକ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ।

Leave a comment