ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟସରକାର: ବ୍ୟାଙ୍କ ମିତ୍ରଙ୍କୁ ମିଳିବ ଲାପଟପ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍କୁଟି ପାଇଁ ଦିଆଯିବ ଋଣ

ଭୁବନେଶ୍ୱର: ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ଯ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର। ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଙ୍ଘ ତରଫରୁ କୁହାଯାଇଛି। ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍କୁଟି ପାଇଁ ଋଣ ଦିଆଯିବ।

ବ୍ୟାଙ୍କ ମିତ୍ରଙ୍କୁ ଲାପଟପ ଯୋଗାଇ ଦିଆଯିବ। ସେମାନଙ୍କୁ ବୈଷୟିକ ତାଲିମ ମଧ୍ୟ ପ୍ରଦାନ କରାଯିବ । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ମାର୍ଟ ଡିଜିଟାଲ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସପୋର୍ଟ ଷ୍ଟାଫଙ୍କୁ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ଯୋଗାଇବା ସହ ଦରମା ଅସଙ୍ଗତି ଦୂର ନକଲେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ସେମାନଙ୍କ ଦାବି ପୂରଣ କରିବେ ।

ଆଜି ବିଜୁ ଶ୍ରମିକ ସାମୁଖ୍ୟ ବ୍ୟାନରରେ ୧୦ ଦଫା ଦାବି ପୂରଣ ପାଇଁ ଅଲ୍ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ରାଜଧାନୀରେ ବିଶାଳ ସମାବେଶ କରିଥିଲେ । ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ନିକଟରେ ଚାପ ସୃଷ୍ଟି କରାଯାଇଥିଲା।

Leave A Reply

Your email address will not be published.