ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଷୀଙ୍କ ସ୍ବାର୍ଥରେ କାମ କରୁଛନ୍ତି ରାଜ୍ୟ ସରକାର, ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥରେ କାମ କରୁଛନ୍ତି। ଚାଷ ଓ ଚାଷୀ ଆମ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଏଣୁ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଚାଷୀମାନଙ୍କୁ ଋଣ ପ୍ରଦାନ ସାଙ୍ଗକୁ ଯନ୍ତ୍ରପାତି କିଣାରେ ରିହାତି ଓ ବିହନ ଯୋଗାଣ ଯୋଗାଉଛନ୍ତି ରାଜ୍ୟ ସରକାର । ସେହିପରି ଧାନ କିଣିବାକୁ ସରଳୀକରଣ ହୋଇଛି ବ୍ୟବସ୍ଥା। ଆଜି ବିଧାନସଭାରେ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି।

କୃଷି ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ୨୦୧୯ ରେ ସର୍ବେକ୍ଷଣ ସମୟରେ ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି, ତିତିଲି ପରି ପ୍ରାକୃତିକ ବିପର୍ୟ୍ୟୟ ହେଇଥିବାରୁ ଚାଷୀଙ୍କ ଆୟ ପ୍ରଭାବିତ କରିଛି।

ସରକାର ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦିଆଯାଉ ନାହି କାହିଁକି ? ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, ଭାଗଚାଷୀ ବି ଚାଷୀ, ସେମାନଙ୍କୁ ଚାଷୀ ମାନ୍ୟତା ଦେବା କଥା ଉଠିଲା କେଉଁଠୁ? ଭାଗଚାଷୀଙ୍କୁ ପୂର୍ବରୁ ସରକାରୀ ସୁବିଧା ମିଳୁ ନଥିଲା। ଗତ କିଛି ଦିନ ହେବ ଫସଲ ଋଣ, ସାର, ବିହନ, କୀଟନାଶକ ପ୍ରଦାନ କରାଯାଉଛି। ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା କରାଯାଇଛି। ରାଜ୍ୟରେ ୯ ଲକ୍ଷ ୫ ହଜାର ୧୯୪ ଭାଗଚାଷୀ ଅଛନ୍ତି। ତେବେ ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ । ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଥିବା ନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଉତ୍ତର ରଖିଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ଆୟ ନିର୍ଦ୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା। ୨୦୦୨-୦୩ରେ ହୋଇଥିଲା। ତା ପରେ ୨୦୧୨-୧୩ରେ ହେଇଥିଲଶ। ହେଲେ ହଠାତ ଏହାକୁ ୬ ବର୍ଷ କରାଗଲା। ୨୦୨୨-୨୩ ବଦଳରେ ୨୦୧୯ରେ ହେଲା, ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ନିର୍ବାଚନ ବର୍ଷ ଥିବାରୁ ଏହା କରାଯାଇଥିବା ନେଇ ସେ ଗୃହରେ ଅଭିଯୋଗ ଉଠାଇଛନ୍ତି।

ଜାତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚାଷୀଙ୍କ ଆୟ ନିର୍ଦ୍ଧାରଣ କରାଯାଇଥାଏ। ୨୦୧୨ରେ ଚାଷୀଙ୍କ ମାସିକ ଆୟ ୪୯୭୬  ଟଙ୍କା ଥିବାବେଳେ ୨୦୧୯ରେ ଏହା ୫୧୧୨ ଟଙ୍କା ରହିଥିଲା। ତେବେ ୨୦୧୨ କୁ ୨୦୧୯ ସହ ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ। କାରଣ ୨୦୧୮ରେ ତିତଲୀ ଓ ୨୦୧୯ରେ ଫନୀ ବାତ୍ୟା ଆସିଲା । ସେହିପରି ଖରିଫ ସମୟରେ ମରୁଡ଼ି ଆସିଲା। ଯାହା ସେମାନଙ୍କ ଆୟ ବୃଦ୍ଧିକୁ ପ୍ରଭାବିତ କରିଥିଲା। ଏହି ଅସଂଗତି ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଭାଗ ଚାଷୀଙ୍କୁ ଜମି ଥିବା ଚାଷୀଙ୍କ ପରି ସୁବିଧା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେପରି ଋଣ, ଯନ୍ତ୍ରପାତି କିଣାରେ ରିହାତି, ବିହନ ଯୋଗାଣ. ବଳରାମ ଯୋଜନା ଏହାର ଉଦାହରଣ। ଭାଗ ଚାଷୀ ସିଧାସଳଖ ଧାନ ବିକିବାକୁ ରାଜ୍ୟ ସରକାର ବ୍ୟବସ୍ଥାକୁ ସରଳୀକାରଣ କରିଛନ୍ତି। ତେବେ ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ। ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଥିବା ନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି।

୨୦୧୫-୧୬ ଗଣନା ଅନୁସାରେ, ଅନ୍ୟ ଜମିରେ ସମ୍ପୂର୍ଣ୍ଣ ଭାବେ ଚାଷୀ କରୁଥିବା ଚାଷୀଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୭୧ ଜଣ। ସେହିପରି ନିଜ ଓ ଅନ୍ୟ ଜମିରେ ୬ ଲକ୍ଷ ୨୨ ହଜାର ୧୧୩ ଚାଷୀ ଚାଷ କରୁଛନ୍ତି। ରାଜ୍ୟରେ ଚାଷୀ ସଂଖ୍ୟା ହେଉଛି ୪୮ ଲକ୍ଷ ୬୫ ହଜାର ୮୫୦। ସମ୍ୱନ୍ୱିତ ଚାଷ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ବିକାଶ ପାଇଁ ୩୯ ଯୋଜନା କରିଛନ୍ତି । ୨୦୧୩-୧୪ରୁ ସ୍ବତନ୍ତ୍ର କୃଷି ବଜେଟ କରାଯିବା ସହ ୬ ଥର କୃଷି କ୍ୟାବିନେଟ ବସି ସାରିଛି । ଏହାସହ ମହିଳା ଚାଷୀଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଥିବା କହିଛନ୍ତି କୃଷିମନ୍ତ୍ରୀ ।

Leave A Reply

Your email address will not be published.