ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ ରହିଛି । ଚାରି ଜଣ କାତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି। ସେହି ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ । ସମସ୍ତଙ୍କର କଂଟାକ୍ଟ ଟ୍ରେସିଂ ସରିଛି । ଜଣକର ପଜିଟିଭ ଆସିଛି । ତାଙ୍କ ରିପୋର୍ଟକୁ ଜିନମ ସିକ୍ୱେନସିଂ ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଦୁଇ ଜଣଙ୍କ କଂଟାକ୍ଟ ଟ୍ରେସିଂ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଅନ୍ୟ ୨ଜଣଙ୍କର କଂଟାକ୍ଟ ଟ୍ରେସିଂ ରିପୋର୍ଟ ଆସିନାହିଁ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.