ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଟ ଗଣତି ବେଳେ କଟକଣା : ଗଣତି କେନ୍ଦ୍ରକୁ ମୋବାଇଲ, ପାଣିବୋତଲ ବି ନେଇ ପାରିବେନି କର୍ମଚାରୀ କିମ୍ବା ଏଜେଣ୍ଟ

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ଭୋଟର ଚାରି ପର୍ଯ୍ୟାୟ ସରିଛି। ଆସନ୍ତା ୨୪ରେ ପଞ୍ଚମ ଅର୍ଥାତ ଶେଷ ପର୍ଯ୍ୟାୟ ଭୋଟ ରହିଛି। ତେବେ ଭୋଟ ଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିବା ଉପରେ ରହିଥିବା ବେଳେ ଏବେ  ନେତାଙ୍କ ନଜର ରହିଛି ଏବେ ଭୋଟ ଗଣତି ଉପରେ।  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ । ପ୍ରତି ବ୍ଲକ ଅଧୀନରେ ଆସୁଥିବା ଜିଲ୍ଲାପରିଷଦ ଜୋନ ଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି । କ୍ରମିକ ନମ୍ବର ଅନୁସାରେ ଗଣତି କରାଯାଇ, ଫଳ ପ୍ରକାଶ କରାଯିବ ।

ଚଳିତ ପଞ୍ଚାୟତ ନିର୍ବାଚନରେ ପଥମ ଥର ପାଇଁ ପଞ୍ଚାୟତର ଫଳାଫଳ ନୂଆ ଢାଞ୍ଚାରେ ଆସିବାକୁ ଯାଉଛି । ବ୍ଲକରେ ସେଣ୍ଟ୍ରାଲ କାଉନଟିଙ୍ଗ ବ୍ୟବସ୍ଥା କରାଯାଇଛି। ଅର୍ଥାତ ନିର୍ବାଚନ ଫଳାଫଳ ତିନୋଟି ପର୍ଯ୍ୟାରେ ଆସିବ । ଫେବୃୟାରୀ ୨୬, ୨୭ ଓ ୨୮ରେ ଗଣତି ହେବ । ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୧୫ ଜିଲ୍ଲା ପରିଷଦ ଜୋନର ଫଳ ଫେବୃୟାରୀ ୨୬ରେ ଆସିବ ଏବଂ ଆଉ ୩୦୭ ଜିଲ୍ଲା ପରିଷଦ ଜୋନର ରେଜଲ୍ଟ ଫେବୃୟାରୀ ୨୭ରେ ବାହାରିବ। ସେହିପରି ୨୨୯ ଜିଲ୍ଲା ପରିଷଦ ଜୋନ ଫଳ ଆସିବ ଫେବୃୟାରୀ ୨୮ରେ ଆସିବ।  ଫେବୃୟାରୀ ୨୬, ୨୭ ଓ ୨୮ ତିନି ଦିନ ସକାଳ ୮ରୁ ପ୍ରତି ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଙ୍ଗ ଆରମ୍ଭ ହେବ।  ପ୍ରଥମେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଫଳ ଆସିବ।  ଏହାପରେ ଘୋଷଣା ହେବ ଜିଲ୍ଲା ପରିଷଦ ରେଜଲ୍ଟ। କିଏ କେଉଁ ଆସନରୁ ଜିତିଲା ତାହା ବ୍ଲକ ପରିସରରେ ଘୋଷଣା କରାଯିବ।

ଅନ୍ୟପଟେ ଭୋଟ ଗଣତି ଦିନ ଭୋଟଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧି(ଏଜେଣ୍ଟ) ମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍ ଫୋନ୍, ସ୍ପାଏପେନ୍ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିାଁ ଭୋଟଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।  ସମସ୍ତ ନିଷୋଧାଦେଶଗୁଡ଼ିକ ମଧ୍ୟ ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ମଧ୍ୟ ଲାଗୁ କରାଯିବା ଭୋଟଗଣତି କେନ୍ଦ୍ର ମଧ୍ୟକୁ ପାଣିବୋତଲ ନ ନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.