ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବା ପାଇଁ କମିଶନ ପକ୍ଷରୁ ବୈଠକ ଡକାଯାଇଛି । ଆସନ୍ତା ୧୦ ତାରିଖ ଗୀତ ଗୋବିନ୍ଦ ସଦନ ସଭାଗୃହରେ ପୂର୍ବାହ୍ନ ସାଢେ ୧୧ଟାରେ ବୈଠକ ହେବ । ବୈଠକରେ କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ହେବ ସେ ନେଇ ମୁଖ୍ୟତଃ ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକ ପରେ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ସେପଟେ ବୈଠକରେ ନିର୍ବାଚନ ନେଇ ମତ ରଖିବେ  ରାଜନୈତିକ ପାର୍ଟି । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତର ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଏଦୃଷ୍ଟିରୁ ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଛି ।

Leave A Reply

Your email address will not be published.