ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ରାଜ୍ଯ କ୍ୟାବିନେଟ୍ ବୈଠକ: ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ଲୋକସେବା ଭବନରେ ଦିନ ୧୨ଟା ୩୦ ମିନିଟ୍‌ରେ ଏହି ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍‌ ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ପୂର୍ତ୍ତ, ଜଳସମ୍ପଦ, ଉଚ୍ଚଶିକ୍ଷା ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ୧୦ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ନବୀନ ନିବାସରୁ ବୈଠକରେ ଯୋଡି ହେବେ । ସେହିପରି ରାଜଧାନୀରେ ଉପସ୍ଥିତି ଥିବା ମନ୍ତ୍ରୀମାନେ ଏବଂ ବିଭାଗୀୟ ଅଧିକାରୀ ମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ଜରୁରୀ କାର୍ଯ୍ୟରେ ବିଭିନ୍ନ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ କ୍ୟାବିନେଟ୍ ବୈଠକରେ ଯୋଡି ହେବେ।

Leave A Reply

Your email address will not be published.