ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ସଂଧ୍ୟା ସାଢ଼େ ୭ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର : ଆଜି ସନ୍ଧ୍ୟା ୭.୩୦ରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବ । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବୈଠକରେ ଉପସ୍ଥିତ ରହିବେ ।

ନୂଆବର୍ଷରେ ଏହା ଦ୍ଵିତୀୟ କ୍ୟାବିନେଟ ବୈଠକ । ମନ୍ତ୍ରୀମାନେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଓ ଜିଲ୍ଲା ମୁଖ୍ୟାଳୟରୁ ଭିସିରେ ଉପସ୍ଥିତ ରହିବେ । ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିବା ପୂର୍ବରୁ ରାଜ୍ୟ କ୍ୟାବିନେଟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିବ । ରାଜସ୍ୱ ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରସ୍ତାବରେ ମୋହର ବାଜିବ ବୋଲି ଜଣାପଡିଛି ।

Leave A Reply

Your email address will not be published.