ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ: ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୭ଟି ପ୍ରସ୍ତାବରେ କ୍ଯାବିନେଟ ମୋହର ବାଜିଛି। ଓଡ଼ିଶା ଆଇିଟି ପଲିସି ପ୍ରସ୍ତାବକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ଲୋକାୟୁକ୍ତ ରିପୋର୍ଟ ୨୦୨୧, ଓଡ଼ିଶା ମୋବାଇଲ ଟାୱାର, OFC, ଟେଲିକମ ଭିତ୍ତିଭୂମି ନୀତି ୨୧୦୭ରେ ସଂଶୋଧନକୁ କ୍ଯାବିନେଟ ମୋହର ବାଜିଛି। ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବାରକୁ ସରକାର ପ୍ରାଥମିକତା ଦେଇଛନ୍ତି। JJM  ଯୋଜନାରେ କୋରାପୁଟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ଯାବନେଟ ଅନୁମୋଦନ ମିଳିଛି। ନୂତନ ରାଜ୍ଯ କ୍ଷେତ୍ର ଯୋଜନାକୁ ଅନୁମୋଦନ। ମନରେଗା ଯୋଜନାରେ ରାଜ୍ଯ ସହାୟତାକୁ ମଧ୍ଯ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏ ନେଇ ଗୃଗରେ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ପୁରୀ ବାସେଳୀସାହି ଧର୍ମଶାଳା  ପ୍ରକଳ୍ପକୁ ମଧ୍ଯ କ୍ଯାବିନେଟ ମଞ୍ଜୁରୀ ମିଳିଛି। ରାଜ୍ଯ ସରକାରଙ୍କ ଅବଢା ଯୋଜନାରେ ଏହି ଧର୍ମଶାଳା ନିର୍ମାଣ ହେବ। ପାଇକ ସ୍ମାରକୀ ପାଇଁ ୯.୬୮ ଏକର ଜମି  ଯୋଗାଇ ଦେଇଛନ୍ତି ରାଜ୍ଯସରକାର।

Leave A Reply

Your email address will not be published.