ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦତ୍ତାତ୍ରେୟ ହୋସବାଲେ ହେଲେ ଆରଏସଏସର ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ବଡ଼ ଧରିଣର ପରିବର୍ତ୍ତନ ହୋଇଛି । ୧୨ ବର୍ଷ ହେଲା ଆରଏସଏସର ସରକାର୍ଯ୍ଯବାହକ (ସାଧାରଣ ସମ୍ପାଦକ) ଭୈୟାଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବାଲେଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଦତ୍ତାତ୍ରେୟଙ୍କୁ ନୂଆ ସରକାର୍ଯ୍ଯବାହକ ଭାବେ ମନୋନୀତ କରାଯାଇଛି ।

ସଂଘ ଇତିହାସରେ ଆଜି ଯାଏ କେବେ ଭୋଟିଂ ହୋଇନାହିଁ । ପ୍ରତ୍ୟେକ ଥର ସରକାର୍ଯ୍ଯବାହକ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇଛି । ଏଥର ବି ସେମିତି ହୋଇଛି । ଓଁ ଉଚ୍ଚାରଣ ସହିତ ଦତ୍ତାତ୍ରେୟ ହୋସବାଲେଙ୍କ ନାମ ଉପରେ ଅଖିଳ ଭାରତୀୟ ପ୍ରତିନିଧି ସଭା ମୋହର ମାରିଛି ।

କର୍ଣ୍ଣାଟକର ସିମୋଗା ନିବାସୀ ଦତ୍ତାତ୍ରେୟ ହୋସବାଲେ । ସେ ୧୯୭୩ରେ ଆରଏସ୍ଏସ୍ ସମ୍ପର୍କରେ ଆସିଥିଲେ । ବେଙ୍ଗଳୁରୁ ବିଶ୍ୱବିଦ୍ୟାଳୟରେ ଦତ୍ତାତ୍ରେୟ ଇଂରାଜୀରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଏହା ଛଡ଼ା ସେ ଏବିଭିପି କର୍ଣ୍ଣାଟକ ରାଜ୍ୟରେ ସଂଗଠନ ମନ୍ତ୍ରୀ ଥିଲେ । ଏହାପରେ ସେ ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ଏବଂ ସହ ସଂଗଠନ ମନ୍ତ୍ରୀ ଥିଲେ । ପ୍ରାୟ ୨ ଦଶନ୍ଧି ଧରି ଏବିଭିପି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରହିବା ପରେ ୨୦୦୨-୦୩ରେ ସଂଘର ଅଖିଳ ଭାରତୀୟ ସହ ବୌଦ୍ଧିକ ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୯ରୁ ସହ ସରକାର୍ୟ୍ୟବାହକ ଥିଲେ ।

Leave A Reply

Your email address will not be published.