ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ଉପରେ କୌଣସି ବିପଦ ନାହିଁ, ଉନ୍ନତିମୂଳକ କାର୍ଯ୍ଯକୁ ସେବାୟତମାନଙ୍କ ସ୍ୱାଗତ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ଯର ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ । କାର୍ଯ୍ଯର ଅଗ୍ରଗତି ନେଇ ଅନୁଧ୍ୟାନ କରିବା ସହ ଆଲୋଚନା କରିଛନ୍ତି । ନିର୍ମାଣ କାର୍ଯ୍ଯ ଦ୍ୱାରା ଶ୍ରୀମନ୍ଦିର ଉପରେ କୌଣସି ବିପଦ ନାହିଁ । ଶ୍ରଦ୍ଧାଳୁଙ୍କ ସୁବିଧା ନେଇ ଏହି କାର୍ଯ୍ଯ ଜାରି ରହିଥିବା କହିଛନ୍ତି। ସେପଟେ ନିର୍ମାଣ କାର୍ଯ୍ଯକୁ ନେଇ ଅଯଥା ରାଜନୀତି କରଣ ନକରି ଶ୍ରୀମନ୍ଦିରର ଉନ୍ନତି ପାଇଁ କରାଯାଉଥିବା କାର୍ଯ୍ଯକୁ ସେବାୟତମାନେ ସ୍ୱାଗତ କରିଛନ୍ତି ।

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗର ନିର୍ମାଣ କରୁଛନ୍ତି ରାଜ୍ୟ ସରକାର । ଏହାର ନିର୍ମାଣ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ରହିନାହିଁ । ଏନଏମଏର ଅନୁମିତି ମିଳିଥିବାବେଳେ ସମ୍ପୂର୍ଣ ବୈଷୟିକ ଜ୍ଞାନ କୌଶଳ ଅନୁଯାୟୀ  ନିର୍ମାଣ କାର୍ଯ୍ଯ ଜାରି ରହିଛି । ଏଏସଆଇ ସହ ସମନ୍ୱୟ ରକ୍ଷା କରାଯାଇ ନିର୍ମାଣ କାର୍ଯ୍ଯ ହେଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ନିର୍ମାଣ କାର୍ଯ୍ଯକୁ ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁଯାୟୀ, ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ବିଧାନସଭା ଓ ଲୋକ ସଭାରେ ପ୍ରଶ୍ନ ଉଠିଥିଲା। ତେବେ ପ୍ରକଳ୍ପ ନିର୍ମାଣ ଆଇନତଃ କରାଯାଉଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରକଳ୍ପକୁ ନେଇ ଉଠିଥିବା ବିରୋଧ ସମ୍ପୂର୍ଣ ଭିତ୍ତିହୀନ। ତେଣୁ ନିର୍ମାଣ କାର୍ଯ୍ଯକୁ ନେଇ ଅଯଥା ରାଜନୀତି କରଣ ନକରିବାକୁ ସେବାୟତମାନେ ମତ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ଜୋରସୋରରେ ଚାଲିଥିବାବେଳେ ଏହାକୁ ଲଗାତର ମନିଟରିଂ କରାଯାଉଛି। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଯଥେଷ୍ଟ ଉପକୃତ ହେବେ ବୋଲି କୁହାଯାଇଛି ।

Leave A Reply

Your email address will not be published.