ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିଲେ

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି । ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ରେ ଦେଶ ଛାଡି ପଳାଇଥିଲେ । ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସରକାରୀ ଭବନ ଉପରେ ଢେଲା ପଥର ମାଡ କରିବା ସହିତ ଧସେଇ ପଶିଯାଇଥିଲେ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ବିଦେଶରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.