ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜକୁ ଦେବାଳିଆ ଘୋଷଣାକଲା ଶ୍ରୀଲଙ୍କା

କଲମ୍ବୋ : ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏବେ ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚୀନ୍ ସମେତ ଅନେକ ଦେଶ ରଣ ଜାଲରେ ଫସି ରହିଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହ ଦେଶ ଆଉ ବିଦେଶୀ ଋଣ ପରିଶୋଧ କରିବା ସ୍ଥିତିରେ ନଥିବା କହିଛି। ଚଳିତମାସ ୧୮ରେ ୱାଶିଂଟନଠାରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ସହ ବୈଠକ ରହିଥିବାବେଳେ ଏହା ପୂର୍ବରୁ ଦେଶ ଋଣ ପରିଶୋଧ ନେଇ ନିଜର ଅକ୍ଷମତା ଜାହିର କରିଛି।

ବର୍ତ୍ତମାନ ଦେଶ ନିକଟରେ କେବଳ ଖାଦ୍ୟ ସାମଗ୍ରୀ ଓ ତେଲ କିଣିବା ପାଇଁ ଡଲାର ରହିଛି। ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଅଲି ସାବ୍ରି କହିଛନ୍ତି ଯେ ଦେଶର ଗୁରୁତର ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବା ପାଇଁ ଇନ୍ଧନ ଏବଂ ଔଷଧ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣକୁ ପୁନରୁଦ୍ଧାର କରିବାରେ ଶ୍ରୀଲଙ୍କାକୁ ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ ଡଲାର ର ସହାୟତା ଆବଶ୍ୟକ ପଡ଼ିବ।

Leave A Reply

Your email address will not be published.