bitcoin
Bitcoin (BTC) 2,353,779.32 2.37%
ethereum
Ethereum (ETH) 158,492.37 2.68%
tether
Tether (USDT) 77.90 0.04%
bnb
BNB (BNB) 24,946.31 1.97%
usd-coin
USD Coin (USDC) 77.97 0.01%
xrp
XRP (XRP) 33.05 2.34%
binance-usd
Binance USD (BUSD) 77.97 0.07%
cardano
Cardano (ADA) 42.25 2.53%
solana
Solana (SOL) 4,083.92 3.89%
dogecoin
Dogecoin (DOGE) 6.72 1.06%

ଲଙ୍କାରେ ଲଙ୍କାକାଣ୍ଡ : ବିକ୍ଷୋଭକାରୀ ଜାଳିଦେଲେ ପ୍ରଧାନମନ୍ତ୍ରୀ ଓ ୫ ସାଂସଦଙ୍କ ଘର, ହିଂସାରେ ସାଂସଦଙ୍କ ସହ ୫ ମୃତ

କଲମ୍ବୋ : ଶ୍ରୀଲଙ୍କାର ଗମ୍ଭୀର ଆର୍ଥିକ ସ୍ଥିତିକୁ ନେଇ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଛି। ଖାଦ୍ୟାଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍କଟ ସମସ୍ୟାକୁ ନେଇ ସାରା ଦେଶରେ ବିକ୍ଷୋଭ ତୀବ୍ର ହୋଇଥିବା ବେଳେ ସୋମବାର ରାଜଧାନୀ କଲମ୍ବୋ ରଣକ୍ଷେତ୍ର ପାଲଟିଛି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିଯିବା ସହିତ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ଶାସକଦଳର ବହୁ ସଦସ୍ୟ ବିରୋଧ କରିଥିଲେ। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ଜଣେ ସାଂସଦଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଶତାଧିକ ଲୋକ ଆହତ ହୋଇଛନ୍ତି। ପରେ ପରେ ସେନା ମୁତୟନ କରାଯାଇଥିଲେ ହେଁ ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମହିନ୍ଦା ଇସ୍ତଫା ଦେଇଛନ୍ତି। କିନ୍ତୁ ତାଙ୍କର ଇସ୍ତଫା ଲୋକଙ୍କ ଆକ୍ରୋଶକୁ ରୋକିପାରି ନାହିଁ। ପ୍ରଧାନମନ୍ତ୍ରୀ ପଦବୀରୁ ମହିନ୍ଦା ଇସ୍ତଫା ଦେବାର କିଛି ସମୟ ପରେ କୁରୁନେଗେଲାସ୍ଥିତ ତାଙ୍କର ପୈତୃକ ବାସଭବନକୁ ଉତ୍ତ୍ୟକ୍ତ ଲୋକେ ଜାଳି ଦେଇଛନ୍ତି। କେବଳ ମହିନ୍ଦା ନୁହନ୍ତି, ମୋରାତୁନା ସହର ମେୟର ସୋମନଲାଲ ଫର୍ଣ୍ଣାଣ୍ଡୋ ଏବଂ ସନତ ନିଶାନ୍ତ, ରମେଶ ପତିରନେ,ମହିପାଳ ହେରାତ୍‌ , ତିସା କୁଲିରାଚି ଏବଂ ନିମଲ ଲାଙ୍ଗାଙ୍କ ଭଳି ୫ ସାଂସଦଙ୍କ ଘରକୁ ମଧ୍ୟ ବିକ୍ଷୋଭକାରୀ ଜଳାଇ ଦେଇଛନ୍ତି। ଏଭଳି ଗୃହଯୁଦ୍ଧ ସ୍ଥିତିକୁ ଦେଖି ଶ୍ରୀଲଙ୍କା ସରକାର ସାରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି।

ସେହିପରି କଲମ୍ବୋ ସମେତ ଅନ୍ୟ କିଛି ପ୍ରମୁଖ ସହରଗୁଡିକରେ ସେନା ମୁତୟନ କରାଯାଇଛି। କେତେକ ସହରରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି। ଦେଶର ଗମ୍ଭୀର ଆର୍ଥିକ ସ୍ଥିତିକୁ ସରକାର ମୁକାବିଲା କରିବାକୁ ଅସମର୍ଥ ହୋଇଥିବାରୁ ତୁରନ୍ତ କ୍ଷମତା ଛାଡନ୍ତୁ ବୋଲି ବିରୋଧୀଙ୍କ ସମେତ ବୁଦ୍ଧିଜୀବୀ ମହଲ ଏବଂ ସାଧାରଣ ଜନତା ଦାବି କରି ବିକ୍ଷୋଭ ଜାରି ରଖିଛନ୍ତି। କିନ୍ତୁ କୌଣସି ସ୍ଥିତିରେ ରାଷ୍ଟ୍ରପତି ଗୋଟାବାୟା ପଦ ଛାଡିବାକୁ ପ୍ରସ୍ତୁତ ନଥିବାରୁ ଲୋକଙ୍କ ଆକ୍ରୋଶ ଦ୍ବିଗୁଣିତ ହୋଇଛି। ସେମାନଙ୍କ ଆକ୍ରୋଶ ଦୂର କରିବାକୁ ରାଷ୍ଟ୍ରପତି ଗୋଟାବାୟା ବିରୋଧୀ ସଦସ୍ୟଙ୍କୁ ଗୁରୁତ୍ବ ଦେଇଛନ୍ତି। ନିଜର କିଛି ସଦସ୍ୟଙ୍କୁ ବାଦ୍‌ ଦେଇ ବିରୋଧୀ ସଦସ୍ୟଙ୍କୁ ସାମିଲ କରି ପରିସ୍ଥିତି ମୁକାବିଲା କରିବାକୁ ଗୋଟାବାୟା ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ସୋମବାର ମହିନ୍ଦାଙ୍କ ବ୍ୟତୀତ ଆଉ ଦୁଇ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।

Leave a comment