ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ ଦିନ ମଧ୍ଯରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ, ଅପରାହ୍ନ ସୁଦ୍ଧା ଓଡ଼ିଶା ଛାଡ଼ିବ ବାତ୍ୟା- ଏସ୍‌ଆରସି

ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି । ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ । ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ୧୪୮ ମିଲି ମିଟର ବର୍ଷା ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।

ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲିମିଟର ବର୍ଷା ହୋଇଛି । ଗଜପତିର ଗୋଶାଣୀରେ ୮୩ ମିଲିମିଟର, ମୋହନାରେ ୩୩ ମିଲିମିଟର, ରାୟଗଡ ବ୍ଳକରେ ୬୦ ମିଲିମିଟର ଓ ନୂଆଗଡ଼ରେ ୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । ଖୁଣ୍ଟ କେଉଁଠି ଉପୁଡି ନାହିଁ । ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ତାହା ମରାମତି କରାଯିବ । ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା ତାହା ଏବେ ବନ୍ଦ ହୋଇଗଲାଣି । ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା ସେମିତି ବର୍ଷା କି ପବନ ହୋଇ ନାହିଁ । କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ । ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯିବ ସେମାନେ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ । ସର୍ବମୋଟ ୪୬ ହଜାର ୭୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ବର୍ଷା ଟିକିଏ ଜାରି ରହିଛି ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ । କେବଳ ମାଲକାନଗିରି ରେ ୫୦ ରୁ ୬୦ ଗଛ ଭାଙ୍ଗିଥିବା କହିଛନ୍ତି ଏସ୍‌ ଆରସି ।

Leave A Reply

Your email address will not be published.