ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ୬ଜିଲ୍ଲାରେ ଘନକୁହୁଡି ନେଇ ଆଲର୍ଟ ଜାରି କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ୬ଜିଲ୍ଲାରେ ଘନକୁହୁଡି ନେଇ ଆଲର୍ଟ ଜାରି କଲେ ଏସଆରସି । ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ଆଲର୍ଟ କରାଯାଇଛି । ପୁଲିସ ଡିଜି ଓ ପରିବହନ କମିଶନରଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ନିୟନ୍ତ୍ରଣ ନିର୍ଦ୍ଦେଶ ନେଇ ଚିଠି ଲେଖାଯାଇଛି । କୁହୁଡି ସମୟରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ଉଲ୍ଲେଖ କରାଯାଇଛି । ଚଳିତ ବର୍ଷ ଶୀତର ପ୍ରଭାବ ସେତେଟା ନଥିଲେ ମଧ୍ୟ କୁହୁଡି କିନ୍ତୁ ଜାରି ରହିଛି । ତେଣୁ କୁହୁଡ଼ି କାରଣରୁ ଦୁର୍ଘଟଣା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Leave A Reply

Your email address will not be published.