ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଖଣ୍ଡନ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଅସ୍ବୀକାର କଲେ ଦୂତୀ ଚାନ୍ଦ । ଏସୀୟ କ୍ରୀଡ଼ା ପାଇଁ ହୋଇଥିବା ଡୋପ୍ ଟେଷ୍ଟରେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଫେଲ୍‌ ହୋଇଥିଲେ । ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ସସପେଣ୍ଡ କରିଛନ୍ତି ବୋଲି ଏକ ଖବର ଆସିଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଦୂତୀ ଏହାକୁ ଅସ୍ବୀକାର କରିଛନ୍ତି । ଖବରକୁ ଫେକ୍ ବୋଲି କହିବା ସହ ତାଙ୍କ ପାଖକୁ ଓ୍ବାଡା ପକ୍ଷରୁ କିଛି ଅଫିସିଆଲ ଚିଠି ଆସିନି ବୋଲି ଦୂତୀ କହିଛନ୍ତି ।

ପୂର୍ବରୁ ୪ ଶହରୁ ଊର୍ଦ୍ଧ୍ବ ଥର ଡୋପ୍ ଟେଷ୍ଟ ଦେଇଛି । ଆଗକୁ ମୋର କିଛି ଗେମ୍ସ ନାହିଁ । ମୁଁ ଡୋପ୍ ଟେଷ୍ଟ ମଧ୍ୟ ଦେଇନି । ପଜିଟିଭ ରିପୋର୍ଟ କେଉଁଠୁ ଆସିଲା ଜାଣିନି ବୋଲି ଦୂତୀ କହିଛନ୍ତି । ମୋ ନାଁରେ ମିଛ ଖବର ପ୍ରସାରଣ କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.