ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ବନ୍ଧନରେ ବାନ୍ଧିହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

ଅସ୍ତରଙ୍ଗ : ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କାକଟପୁରର ଦେଉଳି ମଠରେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ଶୁଭପରିଣୟ ହୋଇଛି। ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି ।


ମନ୍ତ୍ରୀ ଶ୍ରୀ ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେଉଳିମଠରେ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ପ୍ରୀତିଭୋଜନର ଆୟୋଜନ ହୋଇଛି। ସମସ୍ତ ଅତିଥୀଙ୍କ ପାଇଁ ସବୁ ନିରାମିଷ ଖାଇବା ପରଷା ଯାଇଥିଲା।ମନ୍ତ୍ରୀ ହୋଇ ମଧ୍ୟ ନିଜର ସରଳ ଜୀବନ ଯାପନ ପାଇଁ ତୁଷାରକାନ୍ତି ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଏମିତିକି ନିଜ ନିର୍ବନ୍ଧ ଓ ବାହାଘର ମଧ୍ୟ ନିରଡ଼ାମ୍ବର ଭାବେ ଆୟୋଜନ କରିଥିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

Leave A Reply

Your email address will not be published.