ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବତରଣର କିଛି ସମୟ ପୂର୍ବରୁ ଝଡ଼ରେ ଫସିଲା ସ୍ପାଇସଜେଟ୍‌ ବିମାନ, ୧୨ ଯାତ୍ରୀ ଆହତ

କୋଲକାତା: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଅଣ୍ଡାଲ୍ ବିମାନ ବନ୍ଦରରେ ଦୁର୍ଘଟଣା। ୧୮୦ ଯାତ୍ରୀକୁ ନେଇ ପୁନେରୁ ଆଣ୍ଡାଲ ଆସୁଥିବା ବିମାନ ଅବତରଣ କିଛି ସମୟ ପୂର୍ବରୁ ଝଡ଼ରେ ଫସି ଯାଇଥିଲା। ରନୱେରେ ପ୍ରବଳ ଝଡ ତୋଫାନ ଯୋଗୁ ଝଟକା ମାରିଥିଲା।ଏହି ଘଟଣାରେ ୧୨ ଯାତ୍ରୀ ଆହତ ହୋଇଥିବା ଖବର ରହିଛି।

ମିଳିଥିବା ସୂଚନାଅନୁସାରେ ରବିବାର ଅପରାହ୍ଣରେ ଅବତରଣର କିଛି ସମୟ ପୂର୍ବରୁ ଝଡରେ ଫସିଥିଲା ସ୍ପାଇସଜେଟର ବୋଇଂ ବି୭୩୭ ଏସଜି-୯୪୫ ବିମାନ ।କାଳବୈଶାଖୀ ତୋଫାନରେ ଫଶିବାରୁ ବିମାନ ଖୁବ ଜୋରରେ ଦୋହଲିଥିଲା । ଫଳରେ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଲାଗିଥିଲା ଜୋରଦାର ଝଟକା । ବିମାନ ଅବତରଣ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ବିମାନ ଅବତରଣ ସମୟରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ଝଡ଼ରେ କିପରି ଫସିଗଲା ସେନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି । ଅବତରଣ କରିବା ପୂର୍ବରୁ ହଠାତ୍ ଝଡ଼ ତୋଫାନ ଯୋଗୁଁ ବିମାନଟି ବାୟୁରେ ହିଁ ନିୟନ୍ତ୍ରଣ ହରାଇଥିଲା ।


ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସ୍ପାଇସଜେଟ୍ ଦୁଃଖ ପ୍ରକାଶ କରିଛି । କମ୍ପାନୀ କହିଛି ଯେ ଏହି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି। ବିମାନଟି ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ ମାତ୍ରେ ହଠାତ୍ ଝଡ଼ରେ ଫସି ଯାଇଥିଲା ଏବଂ କିଛି ସମୟ ପାଇଁ ବିମାନଟି ଆକାଶରେ ବିପଜ୍ଜନକ ଭାବେ ଘୂରିବାକୁ ଲାଗିଥିଲା । ଏହି ସମୟରେ ବିମାନର କ୍ୟାବିନରୁ କିଛି ଲଗେଜ୍ ଖସି ପଡ଼ିବାରୁ କିଛି ଯାତ୍ରୀମାନେ ଆହତ ହୋଇଥିଲେ। ବିମାନର ନିରାପଦ ଅବତରଣ ପରେ ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ରାନିଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.