ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୦ ବର୍ଷ ପରେ ଭାରତ ଜଙ୍ଗଲରେ ଦୌଡିବେ ଚିତା ବାଘ, ୮ଟି ଚିତାଙ୍କୁ ଆଣିବାକୁ ନାମ୍ବିଆରେ ପହଞ୍ଚିଲା ବିମାନ

ନୂଆଦିଲ୍ଲୀ : ପ୍ରାୟ ୭୦ ବର୍ଷ ଅର୍ଥାତ ସାତ ଦଶନ୍ଧି ପରେ ଭାରତରେ ଜଙ୍ଗଲରେ ଦୌଡିବ ଚିତା ବାଘ। କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆଫ୍ରିକାର ନାମ୍ବିଆରୁ ୮ଟି ଚିତା ବାଘ ଆସିବ । ନାମ୍ବିଆରୁ ଏକ ସ୍ୱତନ୍ତ୍ର ବିମାନରେ ଚିତା ବାଘଙ୍କୁ ଭାରତ ଅଣାଯିବ। ଏଥି ପାଇଁ ଭାରତରୁ ଏକ ସ୍ବତନ୍ତ୍ର ବିମାନ ନାମ୍ବିଆରେ ପହଞ୍ଚି ସାରିଛି। ନାମ୍ବିଆରେ ଚିତା ବାଘଙ୍କୁ ନେଇ ଆସିବାକୁ ଥିବା ବିମାନର ଫଟୋ ସେୟାର କରିଛନ୍ତି ଭାରତୀୟ ହାଇ କମିସନ । ବିମାନର ଚିତା ବାଘର ମୁହଁ ଚିତ୍ରିତ କରାଯାଇଥିବା ଦେଖିବାକୁ ମିଳିଛି ।

ନାମ୍ବିଆର ରାଜଧାନୀ ୱିଣ୍ଡହକରୁ ଆସନ୍ତାକାଲି ଏକ ଚାଟାର୍ଡ ବିମାନରେ ୮ଟି ଚିତା ବାଘକୁ ଭାରତ ଅଣାଯିବ। ଏଥିରେ ୩ଟି ଅଣ୍ଡିରା ଓ ୫ଟି ମାଇ ଚିତା ଅଛନ୍ତି। ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ତେବେ ଆଣିବା ବାଟରେ ଚିତାଙ୍କୁ କୌଣସି ଖାଦ୍ୟ ଦିଆଯିବ ନାହିଁ । ବିମାନ ଇନ୍ଧନ ଭର୍ତ୍ତି କରିବାକୁ କୌଣସି ସ୍ଥାନରେ ଅଟକିବ ନାହିଁ।

ଆସନ୍ତା ୧୭ ତାରିଖରେ ସକାଳ ୬ଟାରୁ ୭ଟା ଭିତରେ ରାଜସ୍ଥାନ ଇିମାନ ବନ୍ଦରରେ ପହଂଚିବ । ଏହାପରେ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ପାଲପୁର ଅଭୟାରଣ୍ୟକୁ ଅଣାଯିବ । ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ କୁନୋ ପାଲପୁର ଅଭୟାରଣୟରେ ନିର୍ମିତ ସ୍ୱତନ୍ତ୍ର ଖୁଆଡରେ ୮ଟି ଚିତା ବାଘକୁ ଛାଡି ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ।

Leave A Reply

Your email address will not be published.