ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ବ୍ଯବସ୍ଥା

ଯାତ୍ରୀ ମାନଙ୍କ ସୁବିଧା ପାଇଁ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୨୦୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। କୋଭିଡ ୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି ।

ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନ୍ଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

୦୨୮୩୭/୦୨୮୩୮ ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ ୨୯.୦୬.୨୦୨୨ ଅପରାହ୍ନ ୧୨ଘ.୪୫ମି.ରେ ଛାଡି ସେହିଦିନ ରାତ୍ରି ୧୦ଘ.୩୦ମି.ରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ୩୦.୦୬.୨୦୨୨ ସକାଳ ୦୫ଘ.୩୦ମି.ରେ ପୁରୀ ଛାଡିବ। ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର୍,୧୨ ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଉପଲବ୍ଧ।

ଆଉ ଏକ ବିଶେଷ ଟ୍ରେନ ୦୨୮୨୭/୦୦୨୮୨୮ ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ ୨୯.୦୬.୨୦୨୨ ରାତ୍ରି ୯ଘ.୪୦ମି.ରେ ଛାଡି ୩୦.୦୬.୨୦୨୨ ସକାଳ ୦୭ଘଟିକାରେ ପୁରୀରେ ପହଞ୍ଚିବ ଜ୍ଝ ଫେରିବା ମାର୍ଗରେ ଏହା ୩୦.୦୬.୨୦୨୨ ରାତ୍ରି ୧୧ଘ.୦୫ମି.ରେ ପୁରୀରୁ ଛାଡିବ ଜ୍ଝ ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି -୩ ଟାୟାର, ୧୧ ଟି ସ୍ଲିପର କ୍ଲାସ, ଛଅଟି ସେକେଣ୍ଡ କ୍ଲାସ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ ଉପଲବ୍ଧ।

୮୯୦୭/୦୮୯୦୮ ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ରଥ ଯାତ୍ରା ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦.୦୬.୨୦୨୨ ଅପରାହ୍ନ ୨ଘ.୩୦ମି.ରେ ଛାଡି ରାତ୍ରି ୧ଘ.୧୫ମି.ରେ (୦୧.୦୭.୨୦୧୨) ପୁରୀରେ ପହଞ୍ଚିବ ଜ୍ଝ ଫେରିବା ମାର୍ଗରେ ଏହା ୦୧.୦୭.୨୦୨୨ ରାତ୍ରି ୧୧ଘ.୧୫ମି.ରେ ପୁରୀରୁ ଛାଡିବ। ଏହି ଟ୍ରେନରେ ଗୋଟିଏ ଏସି -୩ ଟାୟାର, ଛଅଟି ସ୍ଲିପର୍ କ୍ଲାସ୍, ତିନିଟି ଜେନେରାଲ୍ ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

୦୮୯୧୧/୦୮୯୧୨ ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ରଥ ଯାତ୍ରା ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ଏବଂ ତାଳଚେର ରୋଡ୍ ଜୁନାଗଡ଼ ରୋଡ଼ ଠାରୁ ୩୦.୦୬.୨୦୨୨ ପୂର୍ବାହ୍ନ ୧୧ଘଟିକାରେ ଜ୍ଝ ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ ୦୨.୦୭.୨୦୨୨ ମଧ୍ୟ ରାତ୍ରି ୧୨ଘ.୧୫ମି.ରେ (୦୧.୦୭.୨୦୨୨ ର ମଧ୍ୟରାତ୍ରି) ରେ ଛାଡିବ। ଏଥିରେ ଗୋଟିଏ ଏସି-୨ ଟାୟାର୍, ପାଞ୍ଚଟି ଏସି -୩ ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

୦୮୪୧୮/୦୮୪୧୭ ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ ୩୦.୦୬.୨୦୨୨ ରେ ଗୁଣୁପୁର ଠାରୁ ରାତ୍ରି ୧୧ଘ.୩୦ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ୦୨.୦୭.୨୦୨୨ ରାତ୍ରି ୦୧ଘ.୪୫ମି.ରେ (୦୧.୦୭.୨୦୨୨ ର ମଧ୍ୟରାତ୍ରି) ରେ ଛାଡି ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନ ରେ ଗୋଟିଏ ଏସି -୩ ଟାୟାର୍, ୦୬ ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବଂ ୦୩ ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

୦୮୯୦୯/୦୮୯୧୦ ଜଗଦଳପୁର-ପୁରୀ-ଜଗଦଳପୁର ରଥ ଯାତ୍ରା ବିଶେଷ ଟ୍ରେନ ଭାୟା ବିଜୟନଗରମ ଓ ରାୟଗଡା; ଜଗଦଳପୁର ଠାରୁ ୩୦.୦୬.୨୦୨୨ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ ଜ୍ଝ ଫେରିବା ମାର୍ଗରେ ଏହା ୦୧.୦୭.୨୦୨୨ ରାତ୍ରି ୮ଘ.୦୫ମି.ରେ ପୁରୀ ଛାଡିବ। ଏହି ଟ୍ରେନରେ ଗୋଟିଏ ଇଉ-୩ ଟାୟାର, ୦୯ ସ୍ଲିପର୍ କ୍ଲାସ୍, ୦୪ ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

୦୨୮୯୧/୦୨୮୧୦ ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ରଥ ଯାତ୍ରା ସ୍ପେଶାଲ ୧ ଜୁଲାଇ ଠାରୁ ୧୧ ଜୁଲାଇ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହା ଅପରାହ୍ନ ୩ଘ.୧୦ମି.ରେ ଛାଡିବ।

୦୮୯୩୧/୦୮୯୩୨ ସମ୍ବଲପୁର-ପୁରୀ-ସମ୍ବଲପୁର ରଥ ଯାତ୍ରାର ସ୍ୱତନ୍ତ୍ର ଟ୍ରେନ ଭାୟା ନରାଜ ମାର୍ଥାପୁର ଏବଂ ତାଳଚେର ରୋଡ୍ ସମ୍ବଲପୁର ଠାରୁ ୩୦.୦୬.୨୦୨୨ ରାତ୍ରି ୯ଘ.୩୦ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ୦୧.୦୭.୨୦୨୨ ରାତ୍ରି ୮ଘ.୨୫ମି.ରେ ଛାଡିବ। ଏହି ଟ୍ରେନରେ ଗୋଟିଏ ଇଉ-୩ ଟାୟାର, ୦୨ ସ୍ଲିପର୍ କ୍ଲାସ୍, ୧୦ ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ଏହା ବ୍ୟତୀତ ଗୁଣ୍ଡିଚା ଯାତ୍ରା (୦୧.୦୭.୨୦୨୨) ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନ ମାନଙ୍କ ଠାରୁ ପୁରୀକୁ ୧୦ ଯୋଡି ଟ୍ରେନ୍ (୨୦ ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ।

ସେହିଭଳି, ସାନ୍ଧ୍ୟା ଦର୍ଶନ ପାଇଁ ଅର୍ଥାତ ୮ ଜୁଲାଇ, ୨୦୨୨ ରେ ୭ ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ ୩ ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ ୪ ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, ୦୮୯୩୩/୦୮୯୩୪ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୦୮.୦୭.୨୦୨୨ ଅପରାହ୍ନ ୨ଘ.୩୦ମି.ରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ ୦୯.୦୭.୨୦୨୨ ରାତ୍ରି ୮ଘ.୨୫ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

୦୮୯୩୭/୦୮୯୩୮ ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ ୦୮.୦୭.୨୦୨୨ ପୂର୍ବାହ୍ନ ୧୧ଘଟିକାରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ ୦୯.୦୭.୨୦୨୨ ସନ୍ଧ୍ୟା ୭ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ।

୦୮୯୪୫/୦୮୯୪୬ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ ୦୮.୦୭.୨୦୨୨ ରାତ୍ରି ୯ଘ.୩୦ମିରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହା ୦୯.୦୭.୨୦୨୨ ରାତ୍ରି ୧୧ଘ.୧୫ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

୦୮୯୪୧/୦୮୯୪୨ ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ ୦୯.୦୭.୨୦୨୨ ଭୋର ୩ଘ.୧୫ମିରେ ଛାଡି ପୁରୀ ଆଡକୁ ଯିବ। ଫେରିବା ମାର୍ଗରେ ଏହା ପୁରୀକୁଠାରୁ ୦୯.୦୭.୨୦୨୨ ରାତ୍ରି ୮ଘ.୪୦ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

୯ ଜୁଲାଇ, ୨୦୨୨ ବାହୁଡା ଯାତ୍ରାରେପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ ୧୦ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

ସୁନାବେଶ ଦିବସରେ, ୧୦ ଜୁଲାଇ, ୨୦୨୨ ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ ୧୧ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

୦୮୯୭୧/୦୮୯୭୨ ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ ୧୦.୦୭.୨୦୨୨ ଦିନ ଜୁନାଗଡ ରୋଡ୍ ଠାରୁ ଭୋର ୫ଘ.୩୦ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହା ୧୧.୦୭.୨୦୨୨ ଦିନ ପୁରୀ ଠାରୁ ୦୦୧୫ ଘଣ୍ଟା ରେ (୧୦.୦୭.୨୦୨୨ ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ।

୦୮୯୫୭/୦୮୯୫୮ ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ ୧୦.୦୭.୨୦୨୨ ଭୋର ୦୪ଘ.୩୦ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ। ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ ୧୦.୦୭.୨୦୨୨ ରାତ୍ରି ୮ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

୦୮୯୭୯/୦୮୯୮୦ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ ୧୦.୦୭.୨୦୨୨ ସକାଳ ୮ ଘଟିକାରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ ୧୧.୦୭.୨୦୨୨ ରାତ୍ରି ୨ଘଟିକାରେ (୧୦.୦୭.୨୦୨୨ ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

୦୮୯୭୫/୦୮୯୭୬ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୧୦.୦୭.୨୦୨୨ ସକାଳ ୬ଘ.୩୦ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ ୧୧.୦୭.୨୦୨୨ ରାତ୍ରି ୧ଘଟିକାରେ (୧୦.୦୭.୨୦୨୨ ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।

ସୁନାବେଶ ପରଦିନ ଅର୍ଥାତ ୧୧ ଜୁଲାଇ, ୨୦୨୨ ରେ ୬ ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ଯନ୍ତ ଚାଲିବ । ୦୮୯୮୩ ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ ୧୧.୦୭.୨୦୨୨ ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ଜୁଲାଇ ୨ ରୁ ୭ ଜୁଲାଇ, ୨୦୨୨ ପର୍ଯ୍ଯନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ। ଯାତ୍ରୀ / ଭକ୍ତ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି ।

Leave A Reply

Your email address will not be published.