ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା; ୧୩ ତାରିଖରୁ କରିପାରିବେ ପଞ୍ଜିକରଣ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ‘‘ରାଈଦାମୋଦର ବ୍ରତ’’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା ହୋଇଥିବା ବେଳେ ମୁଖ୍ୟତଃ ହବିଷ୍ୟାଳୀ ମାନଙ୍କ ରହଣି,ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତନ ଏବଂ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

ଏନେଇ ପଞ୍ଜିକରଣ ପ୍ରକ୍ରିୟା ପାଇଁ ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଯାଇଛି। ଆଗ୍ରହୀ ମା’ ମାନେ ସେପ୍ଟେମ୍ବର ୧୩ ତାରିଖ ଠାରୁ ସେପ୍ଟେମ୍ବର ୨୯ ତାରିଖ ୨୦୨୨ମଧ୍ୟରେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ହ୍ବାଟସ୍‌ଆପ ନମ୍ବର ୯୪୩୭୩୩୩୮୨୩ ରେ ନିଜର ପଞ୍ଜିକରଣ କରାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.