ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରକାରୀ ବାସଭବନରେ ଆତ୍ମହତ୍ୟା କଲେ ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ

କଟକ : କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା । ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସିଡିଏର ଘରୋଇ ଡାକ୍ତରଖାନାରୁ ତାଙ୍କ ମୃତଦେହକୁ କଟକ ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯିବ ବୋଲି ଜଣାପଡ଼ିଛି।

ତେବେ ବିଚାରପତି ଜଣଙ୍କ କଣ ପାଇଁ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଲେ ସେ ନେଇ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ବିଚାରପତି ଜଣକ ଗତ ୨ ଦିନ ହେବ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା କିନ୍ତୁ ଆଜି ବି ସେ ଛୁଟି ନେଇଥିଲେ ।ବିଚାରପତି ସୁବାସ କୁମାର ବିହାରୀଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଆଜି କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ତାଙ୍କ ପତ୍ନୀ ଓ ଦୁଇ ଝିଅ ଅଛନ୍ତି।

Leave A Reply

Your email address will not be published.