ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠାରୁ ସ୍ପେଶାଲ ଓଜେଇଇ ଆରମ୍ଭ: ୨୮ ସହରରେ ୩୮ଟି କେନ୍ଦ୍ରରେ ପରୀକ୍ଷାଦେବେ ଛାତ୍ରଛତ୍ରୀ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ। ଓଜେଇଇ ପକ୍ଷରୁ ପରୀକ୍ଷା ପ୍ରସ୍ତୁତି ଚୁଡାନ୍ତ ହୋଇଛି।  ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।  ପରୀକ୍ଷାର୍ଥୀଙ୍କ ପାଇଁ ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏଥିପାଇଁ ୩ଟି ତାରିଖ ଧର୍ଯ୍ଯ କରାଯାଇଛି।  ସେପ୍ଟେମ୍ବର ୩, ୪ ଓ ୭ତାରିଖରେ ହେବ ପରୀକ୍ଷା ।  ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । (CBT) କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେବ ।

ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ଯ ପରୀକ୍ଷା କେନ୍ଦ୍ର ହୋଇଛି।  ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରିଟୁ ବିଟେକ୍, ଏମସିଏ, ଏମଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମ ରେ ନାମ ଲେଖା ପାଇଁ  ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

Leave A Reply

Your email address will not be published.