ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୧ରେ ବ୍ରଜରାଜନଗର ଭୋଟ, ୩ ଦିନ ଛୁଟି ନେଇପାରିବେ ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର

ଭୁବନେଶ୍ବର :ବ୍ରଜରାଜନଗର ପାଇଁ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି । ମୈଦାନରେ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ଭୋଟିଂ ପାଇଁ ଆବଶ୍ୟକ ଇଭିଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ମୋଟ୍ ୨୭୯ ବୁଥରେ ମତଦାନ ହେବ । ଏଥିରେ ୫ଟି ପିଙ୍କ୍ ବୁଥ ରହିଛି । ୫୨୫ ଜଣ ଭୋଟର ଘରୁ ଭୋଟ୍ ଦେବା ପାଇଁ ଆବେଦନ କରିଥିଲେ । ସେଥିରୁ ୩୨୫ ଜଣଙ୍କୁ ଅନୁମତି ମିଳିଥିବାବେଳେ ଆଜିଠାରୁ ମତଦାନ ସଂଗ୍ରହ କରାଯାଉଛି ।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଏବେ ମୈଦାନରେ ୧୧ ଜଣ ପ୍ରାର୍ଥୀ ରହିଛନ୍ତି ।  ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର।  ୩ ହଜାର ୫୨୦ ଦିବ୍ୟଙ୍ଗ ଭୋଟର। ୧୬୨୮ ଭୋଟର ୮୦ ବର୍ଷରୁ ଉର୍ଦ୍ଧ୍ବ ଭୋଟର। ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ୩୧୯ ଇଭିଏମ ରହିଛି। ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ମୋଟ ୨୭୯ ବୁଥ କରାଯାଇଛି। ଗତ ନିର୍ବାଚନ ରେ ହୋଇଥିବା ବୁଥ ମଧ୍ୟରୁ ୩ ଟା ବୁଥ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସବୁ ବୁଥ୍‌ ସମାନ ରହିଛି। ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଆଜି ଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି। ଯେଉଁମାନଙ୍କ ଘରୁ ଭୋଟ ସଂଗ୍ରହ ହେବ ସେମାନେ ଆଉ ବୁଥ ରେ ଭୋଟ ଦେଇ ପାରିବେନି।

୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବାଲାଟ ପଠା ସରିଛି।ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ। ଝାରସୁଗୁଡା ଇଞ୍ଜିନିୟର ସ୍କୁଲ ରେ ଡିସବର୍ସ କେନ୍ଦ୍ର ହେବ। ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସ କୁ ଥାନାରେ ଡିପୋଜିଟ କରାଯାଇଛି। ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ NBW ଜାରି କରାଯାଇଛି।ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି। ୧୯୫୦ ଟୋ ଲ ଫି ନମ୍ବର ଜାରି କରାଯାଇଛି। ଅଭିଯୋଗ ଓ ସମସ୍ୟା ନେଇ ଅବଗତ ହୋଇ ପାରିବେ। ୫୦ ପ୍ରତିଶତ ବୁଥ ରେ ୱେବ କାଷ୍ଟିଂ ହେବ। ଆବଶ୍ୟକ ସ୍ଥାନରେ ଭିଡିଓ ଗ୍ରାଫି କରାଯିବ। ୩ ଟା ଟିମ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି।

ଏଥି ସହିତ ଯେଉଁ ବୁଥରେ କମ ଭୋଟି ହୋଇଥିଲା ସେଠାରେ ମୁଁ ବି ଭୋଟ ଦେବି ନାମରେ କ୍ୟାମ୍ପନ କରାଯାଉଛି। ଦିବ୍ୟଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି। ମୋଟ ୩୦ ଟା ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି। ୫ ଟା ପିଙ୍କ ବୁଥ ରହିଛି। ସବୁ ବୁଥ ରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ କୁ ତଦାରଖ କରିବେ। ଭୋଟ ଓ ଭୋଟ ପରଦିନ ଛୁଟି ଘୋଷଣା କରାଯାଇଛି। କାଜୁଆଲ ଲିଭ ନେଇ ପାରିବେ ଭୋଟର। କୋଭିଡ ପାଇଁ ଥର୍ମାଲ ସ୍କାନିଂ କରାଯିବ। ମାସ୍କ ସାନିଟାଇଜ ବ୍ୟବସ୍ଥା କରାଯାଇଛି। ସମୀକ୍ଷା ବୈଠକ କରାଯାଇଛି। ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେ ନେଇ ରାଜନୈତିକ ଦଳ ଗୁଡିକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ।ସେଠାରେ ସ୍ଥିତି ଦେଖି ବ୍ୟବସ୍ଥା କରାଯିବ।

ଚଳିତଥର ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ୫୦% ବୁଥରେ ୱେବକାଷ୍ଟିଂ ହେବ । ୧୯୫୦ ଟୋଲ ଫ୍ରି ନମ୍ବରରେ କଲ କରି ସବୁ ସୂଚନା ପାଇପାରିବେ । ମୁଁ ବି ଭୋଟ ଦେବି କ୍ୟାମ୍ପେନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ଭୋଟ ହାର ବଢାଇବାକୁ ଏହି ପ୍ରୟାସ କରାଯାଇଛି । ଏହାବାଦ୍ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ ଦିନ ଓ ଭୋଟ ପରଦିନ ଛୁଟି ନେଇପାରିବେ ଭୋଟର । ସେହିଭଳି ନିର୍ବାଚନମଣ୍ଡଳୀରେ ଥିବା ଭୋଟରଙ୍କ ପାଇଁ ଗୋଟିଏ ଦିନର ଛୁଟି ପାଇଁ ଘୋଷଣା ହୋଇଛି।

Leave A Reply

Your email address will not be published.