ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହକି ବିଶ୍ବକପ ୨୦୨୩: କ୍ରସଓଭର ମ୍ୟାଚରେ ମାଲେସିଆକୁ ହରାଇ କ୍ବାଟରକୁ ଗଲା ସ୍ପେନ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଥିଲା। ମାଲେସିଆ ଓ ସ୍ପେନ୍‌ ମଧ୍ଯରେ ଏକ ରୋମାଞ୍ଚକର ମ୍ଯାଚ ଦେଖିବାକୁ ମିଳିଥିଲା।  ସୁଟ୍‌ଆଉଟ୍‌ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ ପ୍ରଥମ ଟିମ୍‌ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ସ୍ପେନ୍‌ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

ଏହା ପୂର୍ବରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ଶେଷ ହୋଇଥିଲା। ଫଳରେ ସୁଟ୍‌ଆଉଟ୍‌ ଖେଳାଯାଇଥିଲା। କିନ୍ତୁ ପ୍ରଥମ ସୁଟ୍‌ଆଉଟ୍‌ ୩-୩ରେ ଶେଷ ହୋଇଥିଲା। ଫଳରେ ଦ୍ବିତୀୟ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ‌ସୁଟ୍‌ଆଉଟ୍‌ରେ ସ୍ପେନ୍‌ ମୋଟ ୪ଟି ଗୋଲ୍‌ ଦେଇଥିଲା ବେଳେ ମାଲେସିଆ ୩ଟି ଦେଇଥିଲା।

 

Leave A Reply

Your email address will not be published.