ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୈନପୁରୀ ଆସନରୁ ବିପୁଳ ଭୋଟରେ ଜିତି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଲେ ବୋହୂ ଡିମ୍ପଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ବଡ଼ ବିଜୟ ହାସଲ କରିଛନ୍ତି । ଏହି ଆସନରେ ବିଜୟଲାଭ କରି ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କ ସମ୍ମାନ ରଖିଛନ୍ତି ବୋହୂ ଡିମ୍ପଲ ଯାଦବ । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀରେ ହୋଇଥିବା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ନୂଆ କୀର୍ତ୍ତିମାନ ବନାଇଛନ୍ତି । ସେ ୨.୮୦ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପିର ରଘୁରାଜ ସିଂହ ଶାକ୍ୟଙ୍କୁ ପରାଜିତ କରିଛନ୍ତି । ଏହି ଐତିହାସିକ ବିଜୟ ସହ ଡିମ୍ପଲ ଯାଦବ ମୈନପୁରୀ ଲୋକସଭା ଆସନରୁ ପ୍ରଥମ ମହିଳା ସାଂସଦ ହୋଇଛନ୍ତି ।

ସପା ପ୍ରାର୍ଥୀ ଡିମ୍ପଲ ଯାଦବ ୬୧୭୬୨୫ ଭୋଟ ପାଇଥିବାବେଳେ ରଘୁରାଜ ସିଂ ୩୨୯୪୮୯ ଭୋଟ୍ ପାଇଛନ୍ତି। ଅର୍ଥାତ୍ ଡିମ୍ପଲ୍, ବିଜେପି ପ୍ରାର୍ଥୀଙ୍କୁ ୨୮୮୧୩୬ ଭୋଟରେ ପରାସ୍ତ କରିଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଡିମ୍ପଲ ଯାଦବ ଓ ବିଜେପିରୁ ରଘୁରାଜ ସିଂହ ଶାକ୍ୟଙ୍କ ସହିତ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ଗୁରୁବାର ସକାଳ ୮ଟା ବେଳେ ଭୋଟଗଣତି ଆରମ୍ଭ ହୋଇଥିଲା। ଆରମ୍ଭରୁ ଡିମ୍ପଲ ଆଗୁଆ ଥିଲେ, ଯାହାକି ଭୋଟ ଗଣତି ଶେଷ ହେବାପରେ ବଡ ବିଜୟରେ ପରିଣତ ହୋଇଥିଲା।ପ୍ରକାଶଥାଉକି ୧୯୯୬ ପରେ ମୁଲାୟମ ସିଂହ ଯାଦବ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେବେଠୁ ଏପର୍ଯ୍ୟନ୍ତ ସମାଜବାଦୀ ପାର୍ଟି କେବେ ବି ଏହି ଆସନରେ ପରାଜିତ ହୋଇନାହିଁ ।

Leave A Reply

Your email address will not be published.