ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରବାଟୀ ଟି-୨୦: ଚମକିଲେ ଭୁବନେଶ୍ବର, ଜିତିଲା ଦକ୍ଷିଣ ଆଫ୍ରିକା

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଥିଲା। ୬ ୱିକେଟ ହରାଇ ୧୮.୨ ଓଭରରେ ମ୍ଯାଚକୁ ଦକ୍ଷିଣ ଆଫ୍ରିକା ଜିତି ନେଇଥିଲା। ଫଳରେ ସିରିଜରେ ୦-୨ରେ ଟିମ୍ ଇଣ୍ଡିଆପଛୁଆ ରହିଛି।

ଦକ୍ଷିଣ ଆଫ୍ରିକା  ପକ୍ଷରୁ ତେମ୍ବା ବାଭୁମା ଓ ରିଜା ହେଣ୍ଡରିସ୍କ ଓପନିଂ କରିଥିଲେ। ରିଜା ହେଣ୍ଡରିସ୍କ  ୩ ବଲରେ ୪ ରନ କରି ଆଉଟ ହୋଇଥିଲେ।  ପରେ ଡ୍ୱେନ ପ୍ରିଟୋରିୟସ ୫ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ରାସି ଭାନ ଡର ଡସେନ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ତେମ୍ବା ବାଭୁମା ୩୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ।  ହେନରିକ କ୍ଲାସେନ ଓ ଡେଭିଡ୍ ମିଲର ଶେଷ ପର୍ଯ୍ଯନ୍ତ ପାରିକୁ ସମ୍ଭାଳିଥିଲେ। ହେନରିକ କ୍ଲାସେନ ୪୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍ ମିଲର ୧୫ ବଲରେ ୧୮ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଘାତକ ବୋଲିଂ ୪ଟି ୱିକେଟ ନେଇଥିଲେ। ହେଲେ ଅନ୍ଯ କୌଣସି ବୋଲରଙ୍କୁ ସେଭଳି  ସଫଳତା ମଳି ନ ଥିଲା।  ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.