ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକଡାଉନ୍ ସମୟରେ ହ୍ୱାଟସଅପରେ କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ନମ୍ବର ଜାରି

ଭୁବନେଶ୍ୱର: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ । ଲକଡାଉନ୍ ସମୟରେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏନେଇ ହାଇକୋର୍ଟଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର ଜାରି କରାଯାଇଛି । ହ୍ବାଟସଅପ ନମ୍ବର ହେଉଛି ୮୮୯୫୩୦୦୯୫୮ ଜାରି କରାଯାଇଛି। ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.